ଦୁଇ ବର୍ଷ ହେଲା ତାଲା ପଡ଼ିଛି ମୁଖିଗୁଡ଼ା ନିୟୋଜନ କାର୍ଯ୍ୟାଳୟ

0

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ମୁଖିଗୁଡ଼ା ସ୍ଥିତ ନିୟୋଜନ କାର୍ଯ୍ୟାଳୟ ବନ୍ଦ ହେବା ଯୋଗୁଁ ନାମ ପଞ୍ଜିକରଣ ପାଇଁ ଭବାନୀପାଟଣା ଯିବାକୁ ବାଧ୍ୟ ହେଉଛନ୍ତି।
ମୁଖିଗୁଡ଼ା ଠାରେ ନିୟୋଜନ କାର୍ଯ୍ୟାଳୟରେ କୋକସରା, କଲମପୁର ଏବଂ ଜୟପାଟଣା ବ୍ଳକ୍‍ ଅଞ୍ଚଳର ବେକାର ଯୁବକ / ଯୁବତୀ ନିଯୁକ୍ତ ପାଇଁ ନାମ ପଞ୍ଜିକରଣ ପାଇଁ ଆସୁଥିଲେ। ଗତ ୨୦୧୩ ମସିହାରେ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର ଏବଂ କିରାଣୀଙ୍କ ବଦଳି ପରେ ପ୍ରତି ବୁଧବାର ଧର୍ମଗଡ଼ରୁ ଜଣେ କର୍ମଚାରୀ ଆସି କାର୍ଯ୍ୟ କରୁଥିଲେ। ତେବେ ଧର୍ମଗଡ଼ରୁ ଆସୁଥିବା କିରାଣୀଙ୍କ ମଧ୍ୟ ବଦଳି ପରେ ଏବଂ କାର୍ଯ୍ୟାଳୟରେ ପାଣି ଶୌଚାଳୟ, ଛାତରୁ ପାଣି ଗଳିବା ସମସ୍ୟା ସମାଧାନ ଓ.ଏଚ୍‍.ପି.ସି. କର୍ତ୍ତୁପକ୍ଷ ନକରିବା ଯୋଗୁଁ ଗତ ୨୦୧୬ ମସିହାରୁ ଏହି କାର୍ଯ୍ୟାଳୟରେ ତାଲା ପଡ଼ିଛି। କର୍ମଚାରୀ ଅଭାବ ଯୋଗୁଁ ମୁଖିଗୁଡ଼ାକୁ କୌଣସି କର୍ମଚାରୀ ଆସିଲେ ନାହିଁ ବରଂ ବିଭାଗ ତରଫରୁ ଜିଲ୍ଳା ନିୟୋଜନ କାର୍ଯ୍ୟାଳୟ ଭବାନୀପାଟଣା ଠାରେ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ପଞ୍ଜିକରଣ ପାଇଁ ଧର୍ମଗଡ଼ ୮୦ କିଲୋମିଟର ଦୁର ଜିଲ୍ଳା ନିୟୋଜନ କାର୍ଯ୍ୟାଳୟକୁ ଯିବା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବା ସାଧାରଣ ଲୋକ କହିଛନ୍ତି। ପୂର୍ବପରି ମୁଖିଗୁଡ଼ା ସ୍ଥିତ କାର୍ଯ୍ୟାଳୟକୁ ମରାମତି କରି କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply