www.samajalive.in
Sunday, December 7, 2025
26.1 C
Bhubaneswar

ଗୋଦାମ ଘରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଛକ ନିକଟରେ ଥିବା ଏକ ଗୋଦାମ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ରଞ୍ଜିତ ସାହୁ ବୋଲି ଜଣାପଡିଛି। ରଞ୍ଜିତ୍ ଅଇଁଠାପାଲି ଅଞ୍ଚଳରେ ରହୁଥିବା ବେଳେ ସେ ରାତ୍ରି କାଳୀନ ବସ ଗୁଡିକରେ ଆସୁଥିବା ବିଭିନ୍ନ ସାମଗ୍ରୀ ଗୁଡିକୁ ଓହ୍ଲାଇ ନିଜ ଗୋଦାମରେ ରଖୁଥିଲେ।  ପରେ କିଛି ପାଉଣା ନେଇ ସେସବୁ ସାମଗ୍ରୀ ଗୁଡିକୁ ସେମାନଙ୍କର ମାଲିକ ମାନଙ୍କୁ  ପ୍ରଦାନ କରୁଥିଲେ। ସବୁ ଦିନ ଭଳି ଶୁକ୍ରବାର ସକାଳୁ ଉଠି ରଞ୍ଜିତ୍ କାମକୁ ଯାଇଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ। ଗୋଦାମର ସିଢି ନିକଟରେ ରକ୍ତ ଛିଟା ଦେଖି ସ୍ଥାନୀୟ ଲୋକ ତୁରନ୍ତ ତାଙ୍କର ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଞ୍ଜିତଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ରଞ୍ଜିତଙ୍କୁ କେହି ହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories