www.samajalive.in
Saturday, December 13, 2025
26.1 C
Bhubaneswar

ରାସ୍ତାରୁ ଉଠି ଗଲାଣି ଛେଲା-,ସିକେରକୁପା-କଦମ୍ବଗୁଡା ରାସ୍ତା ଖରାପ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି

ଲାଞ୍ଜିଗଡ – ଏହି ରାସ୍ତା ଉପରେ ଅନେକ ଗ୍ରାମର ବାସିନ୍ଦା ନିର୍ଭର କରିଥାଆନ୍ତି । ଅନେକଙ୍କ ରୋଜଗାର ତଥା ଦୈନନ୍ଦିର ଜୀବନ ପାଇଁ ଏହା ଜୀବନଧାରା । ମାତ୍ର ଏବେ ଏହା ମରଣଯନ୍ତା ପାଲଟିଛି । ଖରାପ ରାସ୍ତାଯୋଗୁଁ ଘଟୁଛି ଛୋଟବଡ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା ସୀମାନ୍ତ ତଥା ଲାଞ୍ଜିଗଡ଼ ବ୍ଲକରୁ ନର୍ଲା ବ୍ଲକକୁ ସିଧାସଳଖ ଯୋଡ଼ୁଥିବା ସିକେରକୁପା- କଦମ୍ବଗୁଡା ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହି ରାସ୍ତା ନର୍ଲା ବ୍ଲକ ସମେତ ବ୍ଲକର ଦୁର୍ଗମ ଭୁର୍ଟିଗଡ଼ ପଞ୍ଚାୟତ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବାବେଳେ ରାସ୍ତା ସାରା ହଜାର ହଜାର ଖାଲଖମା ଭରି ରହିଛି।

୬ କିମି ବିଶିଷ୍ଟ ଏହି ରାସ୍ତାରେ ଦିନ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବାବେଳେ ଅତ୍ୟନ୍ତ ସଂକୀର୍ଣ୍ଣ ଓ ବୁଲାଣି ରାସ୍ତା ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଦୀର୍ଘ ଦିନ ଏହି ରାସ୍ତା ଉଜୁଡି ଯାଇଥିବାବେଳେ ଅନେକ ଦାବି ଓ ଅଭିଯୋଗ ପରେ ବି ରାସ୍ତାର ଅବସ୍ଥା ସୁଧୁରୁନାହିଁ। ଏପରିକି ଉପାନ୍ତ ଅଞ୍ଚଳ ବୋଲି ରାସ୍ତାର ଏହି ଦୁରାବସ୍ଥା ପ୍ରତି ଆଖି ବୁଜିଦେଇଛି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ। ତେବେ ଏହି ରାସ୍ତାର ଆଉ ଏକ ଅଂଶ କଦମ୍ବଗୁଡାରୁ ନର୍ଲା ରୋଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଥିବାବେଳେ ବର୍ଷେରୁ ଅଧିକ ସମୟ ହେଲା ଏହା ସରିବାର ନାଁ ନେଉନାହିଁ।

- Advertisement -

ଅପରପକ୍ଷରେ, ନିର୍ମାଣ ଓ ମରାମତି ଅଭାବରୁ ସିକେରକୁପା ଓ କଦମ୍ବଗୁଡ଼ା ରାସ୍ତା ଏବେ ବିପଦକୁ ହାତଠାରି ଡାକୁଛି। ଏଣୁ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏହି ରାସ୍ତାର ନିର୍ମାଣ ଓ ମରାମତି ପାଇଁ ପଦକ୍ଷେପ ନନେଲେ ପରିସ୍ଥିତି ଭୟାବହ ହେବ ଏବଂ ଲୋକେ ଯେ କୌଣସି ମୁହୂର୍ତ୍ତରେ ଆନ୍ଦୋଳନ  କରିବେ ବୋଲି କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories