www.samajalive.in
Monday, December 15, 2025
26.1 C
Bhubaneswar

ରାସ୍ତାରୁ ଉଠି ଗଲାଣି ଛେଲା-,ସିକେରକୁପା-କଦମ୍ବଗୁଡା ରାସ୍ତା ଖରାପ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି

ଲାଞ୍ଜିଗଡ – ଏହି ରାସ୍ତା ଉପରେ ଅନେକ ଗ୍ରାମର ବାସିନ୍ଦା ନିର୍ଭର କରିଥାଆନ୍ତି । ଅନେକଙ୍କ ରୋଜଗାର ତଥା ଦୈନନ୍ଦିର ଜୀବନ ପାଇଁ ଏହା ଜୀବନଧାରା । ମାତ୍ର ଏବେ ଏହା ମରଣଯନ୍ତା ପାଲଟିଛି । ଖରାପ ରାସ୍ତାଯୋଗୁଁ ଘଟୁଛି ଛୋଟବଡ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା ସୀମାନ୍ତ ତଥା ଲାଞ୍ଜିଗଡ଼ ବ୍ଲକରୁ ନର୍ଲା ବ୍ଲକକୁ ସିଧାସଳଖ ଯୋଡ଼ୁଥିବା ସିକେରକୁପା- କଦମ୍ବଗୁଡା ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହି ରାସ୍ତା ନର୍ଲା ବ୍ଲକ ସମେତ ବ୍ଲକର ଦୁର୍ଗମ ଭୁର୍ଟିଗଡ଼ ପଞ୍ଚାୟତ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବାବେଳେ ରାସ୍ତା ସାରା ହଜାର ହଜାର ଖାଲଖମା ଭରି ରହିଛି।

୬ କିମି ବିଶିଷ୍ଟ ଏହି ରାସ୍ତାରେ ଦିନ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବାବେଳେ ଅତ୍ୟନ୍ତ ସଂକୀର୍ଣ୍ଣ ଓ ବୁଲାଣି ରାସ୍ତା ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଦୀର୍ଘ ଦିନ ଏହି ରାସ୍ତା ଉଜୁଡି ଯାଇଥିବାବେଳେ ଅନେକ ଦାବି ଓ ଅଭିଯୋଗ ପରେ ବି ରାସ୍ତାର ଅବସ୍ଥା ସୁଧୁରୁନାହିଁ। ଏପରିକି ଉପାନ୍ତ ଅଞ୍ଚଳ ବୋଲି ରାସ୍ତାର ଏହି ଦୁରାବସ୍ଥା ପ୍ରତି ଆଖି ବୁଜିଦେଇଛି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ। ତେବେ ଏହି ରାସ୍ତାର ଆଉ ଏକ ଅଂଶ କଦମ୍ବଗୁଡାରୁ ନର୍ଲା ରୋଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଥିବାବେଳେ ବର୍ଷେରୁ ଅଧିକ ସମୟ ହେଲା ଏହା ସରିବାର ନାଁ ନେଉନାହିଁ।

- Advertisement -

ଅପରପକ୍ଷରେ, ନିର୍ମାଣ ଓ ମରାମତି ଅଭାବରୁ ସିକେରକୁପା ଓ କଦମ୍ବଗୁଡ଼ା ରାସ୍ତା ଏବେ ବିପଦକୁ ହାତଠାରି ଡାକୁଛି। ଏଣୁ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏହି ରାସ୍ତାର ନିର୍ମାଣ ଓ ମରାମତି ପାଇଁ ପଦକ୍ଷେପ ନନେଲେ ପରିସ୍ଥିତି ଭୟାବହ ହେବ ଏବଂ ଲୋକେ ଯେ କୌଣସି ମୁହୂର୍ତ୍ତରେ ଆନ୍ଦୋଳନ  କରିବେ ବୋଲି କହିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories