ଆସିଲା ‘ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍‌ ମାହି’ର ପ୍ରଥମ ଟ୍ରେଲର, ଫିଲ୍ମକୁ ନେଇ ପ୍ରଶଂସକ ଉତ୍ସାହିତ

ମୁମ୍ବଇ: ଜାହ୍ନବୀ କପୁର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍‌ ମାହି’କୁ ନେଇ ଲଗାତର ଚର୍ଚ୍ଚାରେ ରହିଛନ୍ତି। ରବିବାର ଏହି ଚଳଚ୍ଚିତ୍ରର ପ୍ରଥମ ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ‘ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍‌ ମାହି’ର ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଜାହ୍ନବୀ କପୁର ଓ ରାଜକୁମାର ରାଓଙ୍କ ଯୋଡ଼ି ପୁଣିଥ​‌ରେ ଦର୍ଶକଙ୍କ ହୃଦୟ ଜିତିଛି। ଏହା ପୂର୍ବରୁ ଉଭୟ ‘ରୁହୀ’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ଏଥିରେ ତାଙ୍କ ଯୋଡ଼ି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।


ଜାହ୍ନବୀ କପୁର ଓ ରାଜକୁମାର ରାଓଙ୍କ ‘ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍‌ ମାହି’ର ଟ୍ରେଲର ରିଲିଜ୍‌ ହେବା ମାତ୍ରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ‘ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍‌ ମାହି’ରେ ଉଭୟଙ୍କୁ ସେମାନଙ୍କର ସ୍ୱପ୍ନ ଏବଂ କର୍ତ୍ତବ୍ୟ ମଝିରେ ସଂଘର୍ଷ କରୁଥିବା ଦେଖାଯାଇଛି। ମିଷ୍ଟ୍ରେସ୍‌ ମାହିଙ୍କୁ କ୍ରିକେଟର କରିବା ପାଇଁ ମିଷ୍ଟର ମାହି ତାଙ୍କ ପରିବାର ସହ ମଧ୍ୟ ଲଢୁଥିବା ନଜର ଆସିଛନ୍ତି।

ଏହା ଏକ ସ୍ପୋର୍ଟସ୍‌ ଡ୍ରାମା ଚଳଚ୍ଚିତ୍ର। ‘ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍‌ ମାହି’ ପାଇଁ ଜାହ୍ନବୀ ଜଣେ କ୍ରିକେଟରର ଚାଲି ଚଳଣି ଶିଖିବା ଓ ଆପଣାଇବା ପାଇଁ ୬ ମାସ କଠୋର ତାଲିମ ନେଇଥିଲେ। ଚଳିତ ମାସ ୩୧ ତାରିଖରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

Comments are closed.