www.samajalive.in
Monday, December 15, 2025
14.1 C
Bhubaneswar

ପତ୍ନୀ ନିର୍ଯାତନା ସହି ନ ପାରି ପୁଅର ଆତ୍ମହତ୍ୟା ପରେ ନାତିର ହେପାଜତ ନେଇ ସୁପ୍ରିମକୋର୍ଟରେ ଜେଜେ ମା’

ଡେସ୍କ: ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଆତ୍ମହତ୍ୟା କରିଥିବା ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମା’ଙ୍କ ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଅତୁଲଙ୍କ ମା’ ଅଞ୍ଜୁ ଦେବୀ ତାଙ୍କ ୪ ବର୍ଷର ନାତିକୁ ହେପାଜତରେ ନେବା ପାଇଁ ଆବେଦନ କରିଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ଦାବି ଉପରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ଶୁଣାଣି ସମୟରେ ଅତୁଲଙ୍କ ପତ୍ନୀ ନିହିତା ସିଂହାନିଆ ଅଦାଲତଙ୍କୁ କହିଥିଲେ ଯେ ଶିଶୁଟି ଏବେ ବି ତାଙ୍କ ପାଖରେ ଅଛି।

ସୁପ୍ରିମକୋର୍ଟ କହିଛନ୍ତି, ଆମେ ଶିଶୁର ଜେଜେମା’ଙ୍କ ହେବିୟସ୍ କର୍ପସ୍ ପିଟିସନକୁ ଶୁଣାଣି ପାଇଁ ଅନୁମତି ଦେଇଥିଲୁ କାରଣ ସେହି ଆବେଦନରେ ଶିଶୁଟିର ଠିକଣା ଜଣାପଡ଼ିନଥିବା ଆଶଙ୍କା ଥିଲା। ଏବେ ଆମେ ଜାଣିଛୁ ଯେ ଶିଶୁଟି ତା’ର ମା’ଙ୍କ ପାଖରେ ଅଛି।

- Advertisement -

ସୁପ୍ରିମକୋର୍ଟ ଅଞ୍ଜୁ ଦେବୀଙ୍କୁ ଶିଶୁର ହେପାଜତ ହସ୍ତାନ୍ତର କରିବାକୁ ମନା କରିବା ସହ ଏଥିପାଇଁ ଉପଯୁକ୍ତ ଫୋରମର ଦ୍ୱାରସ୍ଥ ହେବାକୁ କହିଛନ୍ତି। ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ, ଶିଶୁଟି ଜେଜେମା’ଙ୍କ ସହ ଯୋଗାଯୋଗରେ ନାହିଁ। ତାଙ୍କ ପାଇଁ ସେ ଅପରିଚିତ। ବର୍ତ୍ତମାନ ସେ ଅତି କମରେ ପିତାମାତାଙ୍କ ମଧ୍ୟରୁ ମାଆଙ୍କ ସହ ଅଛନ୍ତି। ଯଦି ଆପଣଙ୍କୁ ଏବେ ବି ତାଙ୍କ ହେପାଜତର ଆବଶ୍ୟକତା ଅଛି, ତେବେ ଆପଣ ଉପଯୁକ୍ତ ଫୋରମକୁ ଯାଇପାରିବେ। ଏହାର ଏକ ଭିନ୍ନ ଆଇନଗତ ପ୍ରକ୍ରିୟା ରହିଛି।

ଶୁଣାଣି ସମୟରେ ଶିଶୁର ମା’ ନିକିତା ସିଂହାନିଆଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଶିଶୁଟି ଏବେ ମା’ଙ୍କ ପାଖରେ ଅଛି। ଏହି ମାମଲାରେ ମା’ଙ୍କୁ ଜାମିନ ମିଳିବା ପରେ ଆଜି ସକାଳେ ସେ ଶିଶୁଟିର ହେପାଜତ ନେଇଛନ୍ତି। ଜେଲରେ ଥିବା ବେଳେ ଶିଶୁଟି ଫରିଦାବାଦର ଏକ ବୋର୍ଡିଂ ସ୍କୁଲରେ ପଢୁଥିଲା। ଏବେ ଜାମିନ ସର୍ତ୍ତ ଅନୁଯାୟୀ ତାଙ୍କୁ ବେଙ୍ଗାଲୁରୁସ୍ଥିତ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପଡ଼ିବ। ତେଣୁ ସେ ପିଲାଟିକୁ ସାଙ୍ଗରେ ବାଙ୍ଗାଲୋର ନେଇଯିବେ।

ଅତୁଲ ସୁଭାଷଙ୍କ ମା’ ଅଞ୍ଜୁ ଦେବୀଙ୍କ ଓକିଲ ଶିଶୁଟିକୁ ତାଙ୍କ ଜେଜେମା’ଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ। ମା’ ତାଙ୍କର ଠିକ୍ ଭାବେ ଯତ୍ନ ନେଇପାରିବେ ନାହିଁ। ନିୟମ ଅନୁଯାୟୀ ୬ ବର୍ଷରୁ କମ୍ ବୟସର ପିଲାଙ୍କୁ ବୋର୍ଡିଂ ସ୍କୁଲରେ ଭର୍ତ୍ତି କରାଯାଇ ପାରିବ ନାହିଁ। ଏହା ସତ୍ତ୍ୱେ ପିଲାଟି ପ୍ରାୟ ଦେଢ଼ ବର୍ଷ ହେବ ବୋର୍ଡିଂ ସ୍କୁଲରେ ପଢ଼ୁଛି। ଯଦି ଜଣେ ପିତାମାତା ଅନ୍ୟ ପିତାମାତାଙ୍କ ମୃତ୍ୟୁରେ ଅଭିଯୁକ୍ତ ହୁଅନ୍ତି, ତେବେ ଶିଶୁର ହେପାଜତ ଅନ୍ୟ ପିତାମାତାଙ୍କୁ ଦିଆଯିବା ଜରୁରୀ ନୁହେଁ। ଏହା ପୂର୍ବରୁ ମଧ୍ୟ କୋର୍ଟ ନିଜ ରାୟରେ ଏହା ସ୍ପଷ୍ଟ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଶିଶୁର ହେପାଜତ ଜେଜେମା’ଙ୍କୁ ହସ୍ତାନ୍ତର କରିବାକୁ କୌଣସି ଆଦେଶ ଦେବୁ ନାହିଁ। ତେବେ ହେବିୟସ କର୍ପସ ଆବେଦନକୁ କୋର୍ଟ ବିଚାରାଧୀନ ରଖିଛନ୍ତି। ଅଦାଲତ ହରିୟାଣା ସରକାର ଏବଂ ଅତୁଲଙ୍କ ପତ୍ନୀଙ୍କୁ ଶିଶୁର ସ୍ଥିତି ଉପରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories