ମଶାଦ୍ୱାରା ବ୍ୟାପୁଥିବା ୫ଟି ଭୟଙ୍କର ବେମାରୀ
ଅଧକାଂଶ ମଶା କାମୁଡାର ପ୍ରଭାବ ମଣିଷର ଶରୀର ଉପରେ ପଡି ନ ଥାଏ । ମାତ୍ର କେତେକ ମଶା ଅଛନ୍ତି ଯାହା କାମୁଡିବା ଦ୍ୱାରା ମାରାତ୍ମକ ପ୍ରଭାବ ପଡିଥାଏ । ଏଥିଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ , ଜିକା, ପ୍ଲେଗ ପରି ଅନେକ ରୋଗ ହୋଇଥାଏ । ଛୋଟ ଜୀବ ହୋଇଥିଲେ ମଧ୍ୟ ମଶା ମଣିଷ ପାଇଁ ଅତ୍ୟନ୍ତ କ୍ଷତିକାରୀ । ବର୍ଷାଦିନେ ବିଭିନ୍ନ ସ୍ଥାନରେ ପାଣି ଜମିଯିବା ଯୋଗୁଁ ମଶା ବଂଶ ବୃଦ୍ଧି ପାଇଥାଏ । ଏଣୁ ମଶା କାମୁଡା ଦ୍ୱାରା ହେଉଥିବା ରୋଗ ବି ବଢିଥାଏ ।
୧. ମଶା କମୁଡିବା ଯୋଗୁଁ ଜିକା ନାମକ ରୋଗ ହୋଇଥାଏ । ମଶା ଜିକା ଭୂତାଣୁର ବାହକ ।୨୦୧୬ରେ ଏଥିରେ ଆକ୍ରାନ୍ତ ହୋଇ ଅନେକଙ୍କ ପ୍ରାଣହାନୀ ହୋଇଥିଲା । ଏବେ ଏହାର ଟୀକା କରଣ ଅଛି । ଏଡିସ୍ ଏଜିପ୍ଟି ନାମକ ମଶା ଯୋଗୁଁ ଜିକା ହୋଇଥାଏ ।
୨. ଓ୍ୱେଷ୍ଟ ନାଇଲ୍- ଏହା ଆଉ ଏକ ପ୍ରକାର ମାରାତ୍ମକ ଭୂତାଣୁ । ମଶା ଯୋଗୁଁ ଏହା ବ୍ୟାପିଥାଏ। ସାଧାରଣତଃ ଆଫ୍ରିକାର ନୀଳ ନଦୀ ଅବବାହିକାରେ ଏହି ରୋଗ ଦେଖା ଦିଏ । ମାତ୍ର ଆଫ୍ରିକାର ବିଭିନ୍ନ ଦେଶରେ ରହୁଥିବା ଲୋକ ଏବେ ଭାରତ ସହ ବିଭିନ୍ନ ଦେଶକୁ ଯାଉଥିବାରୁ ଏହି ରୋଗ ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି । ଏଥିରେ ଥଣ୍ଡା ପରି ଲକ୍ଷଣ ଦେଖା ଦିଏ । ଅଧିକ ଗୁରୁତର ହେଲେ ମଣିଷର ମସ୍ତିଷ୍କ କାମ କରିବା ବନ୍ଦ କରିଦେବାରୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥାଏ ।
୩. ଡେଙ୍ଗୁ- ଡେଙ୍ଗୁ ରୋଗର ଚିକିତ୍ସା ପ୍ରଥମରୁ ହେଲେ ଏହା ଭଲ ହୋଇଯାଇଥାଏ । ମାତ୍ର ଚିକିତ୍ସାରେ ଡେରି ହେଲେ ବିପଦ । ଏହା ବି ଜିକାପରି ଏଡିସ୍ ଇଜପ୍ଟି ମଶା ଦ୍ୱାରା ବ୍ୟାପେ । ଏହି ରୋଗର ସଫଳ ଟୀକା କିମ୍ବା ଚିକିତ୍ସା ପଦ୍ଧତି ଅଜିଯାଏଁ ବିକଶିତ ହୋଇ ନାହିଁ ।
୪. ଚିକୁନଗୁନୟା- ଚିକୁନଗୁନୟା ଅନ୍ୟ ଏକ ମାରାତ୍ମକ ଭୂତାଣୁ । ଏଥିରେ ଥଣ୍ଡାପରି ଲକ୍ଷଣ ଦେଖାଦେଇଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମ କରିଥାଏ । ଏହା ବି ଏଡିସ୍ ଇଜିପ୍ଟ ମଶା ଦ୍ୱାରା ବ୍ୟାପିଥାଏ ।
.୫. ମ୍ୟାଲାରିଆ- ମ୍ୟାଲାରିଆ ଆଉ ଏକ ମାରାତ୍ମକ ରୋଗ । ଏଥିରେ ଲୋକଙ୍କ ମୁଣ୍ଡ ବିନ୍ଧା, ବାନ୍ତି ସହ ଜର ହୋଇଥାଏ । ଏଥିପାଇଁ ଟୀକା ବାହାରିଛି । ମ୍ୟାଲାରିଆର ଲକ୍ଷଣ ଦେଖାଦେଲେ ତୁରନ୍ତ ରକ୍ତ ପରୀକ୍ଷା କରି ଚିକିତ୍ସା ଆରମ୍ଭ କରିବା ଆବଶ୍ୟକ । ମାଈ ଆନୋଫିଲିସ୍ ମଶା ଦ୍ୱାରା ଏହାର ଭୂତାଣୁ ବ୍ୟାପିଥାଏ।
ଏତଦ୍ ବ୍ୟତୀତ ୟେଲୋ ଫିଭର ଓ ସେଲଭ୍ ପରି ମାରାତ୍ମକ ରୋଗ ମଶା ଯୋଗୁଁ ବ୍ୟାପେ । ଏଥିପାଇଁ ପରିବେଶ ଓ ପରିମଳକୁ ସଫା ସୁତରା ରଖିବା ସହ ପାଣିକୁ ଜମିବାକୁ ନଦେଲେ ଭଲ। ଶୋଇବା ସମୟରେ ମଶାରୀ ଟାଣି ଶୋଇଲେ ସବୁଠାରୁ ଭଲ ।