୨ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବୃଦ୍ଧ ଗିରଫ

0

ତିରୁପତି : ଆନ୍ଧ୍ରପ୍ରଦେଶର ଶ୍ରୀ କଳହସ୍ତିଠାରେ ୨ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ୬୨ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ରାତିରେ ବୃଦ୍ଧ ଜଣକ ୭ ଏବଂ ୮ ବର୍ଷ ବୟସ୍କ ନାବାଳିକା ଦ୍ୱୟଙ୍କୁ ପ୍ରଥମେ ଚକୋଲେଟ୍‌ ଦେଇ ପ୍ରଲୋଭିତ କରିଥିଲେ। ପରେ ସେମାନଙ୍କୁ ନିଜ ଘରର ଛାତ ଉପରକୁ ନେଇ କୁକାର୍ଯ୍ୟ କରିଥିବା ନାବାଳିକା ଦ୍ୱୟ କହିଛନ୍ତି। ନାବାଳିକାଙ୍କ ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ଶ୍ରୀ କଳହସ୍ତି ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ରବିବାର ଗିରଫ କରିଛି।

Leave A Reply