ମୋହନା : ମୋହନା ଥାନା ଲିଲିଗଡ ପଞ୍ଚାୟତ ଅନ୍ତର୍ଗତ ହିକିରିକୁପା ଗ୍ରାମ ନିକଟରୁ ୧୦ ଲିଟର ଦେଶୀ ମହୁଲୀ ମଦ ଜବତ ହୋଇଥିବା ଜଣା ପଡିଛି। ଉକ୍ତ ଗ୍ରାମର ଦିଲିପ ନାୟକ(୪୫) ଏକ ବ୍ୟାରେଲରେ ୧୦ ଲିଟର ମହୁଲୀ ମଦ କୌଣସି ଏକ ସ୍ଥାନକୁ ପଠାଇବା ନିମନ୍ତେ ଗାଡିକୁ ଅପେକ୍ଷା କରିଥିବା ବେଳେ କୌଣସି ସୁତ୍ରରୁ ମୋହନା ଥାନା ଏସ୍ଆଇ ଆଲୋକ ରଞ୍ଜନ ଜଗଦଲା ଏନେଇ ଖବରପାଇ ଏସ ଆଇ ସିନ୍ଧୁ ସାର୍କା, ଏଏସଆଇ ପ୍ରଫୁଲ କୁମାର ଗୌଡ, କାମରାଜୁ ରେଡି ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦିଲିପକୁ ଗିରଫ କରିବା ସହିତ ମଦ ଜବତ କରିଛନ୍ତି। ପରେ ତାକୁ କୋର୍ଟ ଚାଲାଣ କରିଥିବା ଏସଆଇ ଜଗଦଲା କହିଛନ୍ତି।
Popular Categories



