www.samajalive.in
Sunday, December 14, 2025
14.1 C
Bhubaneswar

ଦୀପାବଳିର ସ୍ୱତନ୍ତ୍ରତା

ଦୀପାବଳି, ଆଲୋକର ପର୍ବ ଭାବରେ ସମ୍ପୂର୍ଣ୍ଣ ବିଶ୍ବରେ ପ୍ରସିଦ୍ଧ । ଅଧର୍ମ ଉପରେ ଧର୍ମର ଜୟ, ଅନ୍ଧକାର ଉପରେ ଆଲୋକର ବିଜୟ ତଥା ଅଜ୍ଞାନ ଉପରେ ଜ୍ଞାନର ବିଜୟର ପର୍ବ ହେଉଛି ଦୀପାବଳି । ଏହି ଦିନ ଯେ କେବଳ ଘର ସାଜସଜ୍ଜା ପାଇଁ ଆଲୋକ ବ୍ୟବହାର କରାଯାଏ ତାହା ନୁହେଁ, ଏହା ଜୀବନର ସତ୍ୟକୁ ଅଭିବ୍ୟକ୍ତ କରିଥାଏ । ଯେପରି ଆଲୋକ ପ୍ରଭାବରେ ଅନ୍ଧକାର ଲିଭିଯାଏ ଠିକ୍ ସେହିପରି ଜ୍ଞାନ ରୂପକ ଆଲୋକରେ ନିଜ ଭିତରେ ଥିବା ଅଜ୍ଞାନ ରୂପକ ଅନ୍ଧକାର ନଷ୍ଟ ହୋଇଯାଏ । ନିଜ ମଧ୍ୟରେ ଥିବା ଅସତ୍ୟ ଉପରେ ସତ୍ୟର ବିଜୟ ଲାଭ କରିଥାଏ ।

ଦୀପାବଳି ମୁଖ୍ୟତଃ ପ୍ରତ୍ୟେକଙ୍କ ହୃଦୟ ଜ୍ଞାନ ରୂପକ ଆଲୋକ ପ୍ରଜ୍ବଳିତ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ । ପ୍ରତ୍ୟେକ ଘରେ ସୁଖ-ସମୃଦ୍ଧ ଓ ପ୍ରତ୍ୟେକ ଚେହେରାରେ ଖୁସି ଆଣିବା ପାଇଁ ଦୀପାବଳି ପର୍ବ ପାଳନ କରାଯାଏ ।

- Advertisement -

ଦିୱାଲି ଶବ୍ଦ ଦୀପାବଳିର ଲଘୁ ରୂପ ଅଟେ । ଯାହାର ଅର୍ଥ ପ୍ରକାଶ ପଂକ୍ତି ବା ଆଲୋକର ମାଳା ବୋଲି କୁହାଯାଏ । ଜୀବନରେ ଅନେକ ମୋଡ ବା ସ୍ତର ଆସିଥାଏ । ଜୀବନର ସବୁ ମୋଡରେ ସ୍ବଚ୍ଛତା ବା ସତ୍ୟତା ବା ଆଲୋକ ରହିବା ନିହାତି ଆବଶ୍ୟକ । ଯଦି କୌଣସି ଜୀବନର କୌଣସି ମୋଡ ଆନ୍ଧକାରମୟ ହୋଇଥାଏ ତେବେ ଜୀବନରେ ପୂର୍ଣ୍ଣତା ସମ୍ଭବ ହୋଇନଥାଏ ।

ତେଣୁ ଦୀପାବଳି ଦିନ ଦୀପର ମାଳ ପ୍ରଜ୍ବଳିତ କରାଯାଏ । ଯାହା ଆମମାନଙ୍କୁ ମନେ ପକାଏ ଯେ ଜୀବନର ପ୍ରତ୍ୟେକ ମୋଡରେ ଜ୍ଞାନ ରୂପକ ଆଲୋକ ପ୍ରଜ୍ବଳନର ଆବଶ୍ୟକତା ରହିଛି ।

ଆପଣଙ୍କ ଦ୍ବାରା ପ୍ରଜ୍ବଳିତ ପ୍ରତ୍ୟେକ ଦୀପ, ସଦଗୁଣର ପ୍ରତୀକ ହୋଇଥାଏ । ପ୍ରତ୍ୟେକ ମନୁଷ୍ୟର ସଦଗୁଣ ରହିଥାଏ । କିଛି ଲୋକଙ୍କ ମଧ୍ୟରେ ଧର୍ମ ରହିଥାଏ ତ ଅନ୍ୟ କିଛି ଲୋକଙ୍କ ମଧ୍ୟରେ ପ୍ରେମ, ଶକ୍ତି, ଉଦାରତା ଏବଂ ଅନ୍ୟକୁ ସଂଗଠିତ କରବାର କ୍ଷମତା ରହିଥାଏ । ଯେପରି ଦୀପ ପ୍ରଜ୍ବଳିତ ହୋଇ ଚତୁର୍ଦିଗ ଆଲୋକିତ ହୋଇଥାଏ ଠିକ୍ ସେହିପରି ନିଜ ଭିତରେ ଥିବା ପ୍ରତିଭା ଆଲୋକରେ ସାରା ଦୁନିଆକୁ ଆଲୋକିତା କରିବା ଉଚିତ୍।

ଆଲେଖ୍ୟ- ବୈ଼ଜୟନ୍ତୀ ନାୟକ

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories