www.samajalive.in
Monday, December 15, 2025
24.1 C
Bhubaneswar

ସରକାରୀ ସମୟ ସାରଣୀ ମାନୁ ନାହାଁନ୍ତି ଅଧିକାରୀ ଓ କର୍ମଚାରୀ

ମୋହନା: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସକାଳୁଆ କରିଥିବା ବେଳେ ମୋହନା ଅଞ୍ଚଳରେ ଅବସ୍ଥିତ ବହୁ ବିଦ୍ୟାଳୟ ଗୁଡିକର ଶିକ୍ଷକ, ଶିକ୍ଷୟତ୍ରୀ, ବ୍ଲକ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ, ଅଙ୍ଗନାବାଡି କର୍ମୀ, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଵେଖାତିରି କରି ମନମୁଖୀ ଭାବେ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବା ଦେଖିବାକୁ ମିଳୁଛି। ଛାତ୍ରଛାତ୍ରୀମାନେ ସକାଳ ୬ଟା ସମୟରେ ବିଦ୍ୟାଳୟରେ ପହଞ୍ଚୁଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ ୭ଟାରେ ପହଞ୍ଚୁଛନ୍ତି। ସେହିଭଳି ବହୁ ଅଙ୍ଗନବାଡି କେନ୍ଦ୍ରକୁ ଦିଦିମାନେ ବିଳମ୍ବରେ ପହଞ୍ଚୁଛନ୍ତି। ପ୍ରଶାସନ ସବୁ ଜାଣିଶୁଣି ମଧ୍ୟ ଚୁପ ରହିବା ନେଇ ବୃଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ବିଭିନ୍ନ ବିଭାଗର ବହୁ କର୍ମଚାରୀ ବ୍ରହ୍ମପୁର, ଦିଗପହଣ୍ଡି, ପାରଳାଖେମୁଣ୍ଡି, ରା.ଉଦୟଗିରି, ଚନ୍ଦ୍ରଗିରି,ଅଡବା ଆଦି ଅଞ୍ଚଳରେ ରହୁଛନ୍ତି। ବହୁ କର୍ମଚାରୀ ପ୍ରତ୍ୟେକ ଦିନ ବିଭିନ୍ନ ସହରରୁ ଯିବାଆସିବା କରିଥାନ୍ତି। ଯାହା ଫଳରେ ବିଭିନ୍ନ କାର୍ଯ୍ୟାଳୟରେ ସକାଳୁ ପହଞ୍ଚିବା ସମ୍ଭବପର ହୋଇ ନଥାଏ। ଆଉ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ମୋହନାରେ ରହୁଛନ୍ତି ସେମାନେ ଜାଣିଶୁଣି କାର୍ଯ୍ୟାଳୟକୁ ଯିବାରେ ବିଳମ୍ଵ କରୁଛନ୍ତି। କାର୍ଯ୍ୟାଳୟ ଖୋଲିବାରେ ବିଳମ୍ବ ଯୋଗୁଁ ବିଭିନ୍ନ କାମ ନେଇ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମୟ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟାଳୟ ଖୋଲିବା, ଠିକ ସମୟରେ କର୍ମଚାରୀ ପହଞ୍ଚିବା ଓ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ପ୍ରଶାସନ ତତ୍ପର ହେବା ସକାଶେ ଅଞ୍ଚଳବାସୀ ଓ ଜନ ପ୍ରତିନିଧିମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories