www.samajalive.in
Monday, December 15, 2025
24.1 C
Bhubaneswar

ପ୍ରେମ ହେଲା କାଳ! ପୁଅର ମୃତ୍ୟୁ ନେଇ ହତ୍ୟାଜନିତ ଅଭିଯୋଗ ଆଣିଲେ ବାପା

ବଲାଙ୍ଗିର: ପୋଖରୀରୁ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର। ପ୍ରେମ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ଏଭଳି ଏକ ଘଟଣା ବଲାଙ୍ଗିର ଜିଲା ସଦର ଥାନା ଅନ୍ତର୍ଗତ କୁଶମେଲ ଗାଁରେ ଘଟିଛି। ଶନିବାର ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ କୁଶମେଲ ଗାଁର ଜନାର୍ଦନ ପଧାନଙ୍କ ପୁଅ ଦୀପୁନ ଯାଇଥିଲେ। ରାତିରେ ଗାଁର ଏକ ଦୋକାନରେ ପୁଅକୁ ଦେଖି ଘରକୁ ଯିବା ପାଇଁ ବାପା କହିଥିଲେ। ସେଠାରୁ ଦୀପୁନ ଗାଁ ପୋଖରୀକୁ ଗାଧୋଇବାକୁ ଯାଉଛି କହି ଆଉ ଫେରି ନଥିଲେ। ଶ୍ରୀ ପଧାନଙ୍କ ତିନି ପୁଅ। ଗୋଟିଏ ସ୍ଥାନରେ ଶୋଇଥାନ୍ତି। ରାତିରେ ଦୀପୁନ ଘରକୁ ଯାଇ ନଥିବା ବେଳେ ବାପା-ମା ପୁଅ ଶୋଇଥିବ ବୋଲି ଭାବିଥିଲେ। ରବିବାର ଗାଁ ପୋଖରୀ କୂଳରେ ଦୀପୁନର ଶବ ଭାସୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ଚନ୍ଦନଭାଟି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଚିଂ ଶବ ଉଦ୍ଧାର କରିବା ସହିତ ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା। ବଲାଙ୍ଗିର ଲର୍କିପାଲି ସରକାରୀ ଆଇଟିଆଇରେ ଦୀପୁନ ପାଠ ପଢୁଥିଲେ। ଦିପୁନ ଦୀର୍ଘ ଦିନ ହେଲା ଗାଁର ଭିନ୍ନ ଜାତିର ଜଣେ ଝିଅକୁ ଭଲ ପାଉଥିଲେ। ଦୁଇଜଣଙ୍କ ଭିତରେ ଧିରେ ଧିରେ ନିବିଡ ହୋଇଥିଲା ପ୍ରେମ ସଂପର୍କ। କିନ୍ତୁ ଏହାକୁ ବିରୋଧ କରୁଥିଲେ ଝିଅର ବାପା। ଅନେକ ଥର ଦୀପୁନକୁ ଏଥିରୁ ନିବୃତ ରହିବା ପାଇଁ ଝିଅର ବାପା ତାଗିଦ କରିଥିଲେ ବୋଲି ମୃତ ଦୀପୁନର ବାପା କହିଛନ୍ତି। ତେଣୁ ସେ ଝିଅର ବାପା ହିଁ ଦୀପୁନକୁ ହତ୍ୟା କରି ପୋଖରୀକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ବାପା ଜନାର୍ଦନ। ସେପଟେ ବଲାଙ୍ଗିର ସଦର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories