ସାମ୍ପାବ୍ୟ ଲଘୁଚାପ ବର୍ଷା ଆଶଙ୍କାରେ ହରଭଙ୍ଗୀ ଡ୍ୟାମର ଗୋଟିଏ ଗେଟ ଖୋଲିଲା, ତଳି ଅଞ୍ଚଳ ଲୋକେ ଭୟଭୀତ
![](https://samajalive.in/wp-content/uploads/2021/11/dam-650x430.jpg)
ମୋହନା: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୁଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗଜପତି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲାକୁ ୟେଲୋ ଜୋନ ଘୋଷଣା କରାଯାଇଛି। ଏହାରି ପ୍ରଭାବରେ ଗଜପତି ଜିଲାର ମୋହନା ବ୍ଲକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଆଦେଶ କ୍ରମେ ହରଭଙ୍ଗୀ ଜଳ ପ୍ରପାତ ଡ୍ୟାମ କର୍ତ୍ତୃପକ୍ଷ ନିବାହୀ ଯନ୍ତ୍ରୀ ସରୋଜ କୁମାର ଗୁପ୍ତାଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ସନତ କୁମାର ମଲ୍ଲିକ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ହରଭଙ୍ଗୀ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି। ଶୁକ୍ରବାର ରାତି ସାରା ପାଣି ଛଡା ଯାଇଛି।
ଏହା ସହ ବର୍ଷାକୁ ଦେଖି ଅଧିକ ଗେଟ ଖୋଲା ଯାଇପାରେ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୁପ୍ତା କହିଛନ୍ତି। ଡ୍ୟାମର ତଳି ଅଞ୍ଚଳରେ ବସବାସ କରି ରହୁଥିବା ଗ୍ରାମ ଗୁଡିକୁ ଡାକବାଜି ଯନ୍ତ୍ର ଯୋଗେ ସଚେତନତା କରାଯାଇଛି । ଗାଈ ,ଗୋରୁ ଆଦି ପଶୁ ଜନ୍ତୁକୁ ନଦୀ କୂଳକୁ ଛାଡିବାକୁ ମନା କରାଯିବା ସହ ଯେଉଁମାନେ ନଦୀ କୁଳରେ ରହୁଛନ୍ତି ସେମାନେ ଜାଗା ଛାଡ଼ି ଉଚ୍ଚ ସ୍ଥାନକୁ କିମ୍ବା କୋଠା ଘରକୁ ଚାଲିଯିବା ପାଇଁ ଅନୁରୋଧ କରାଯାଇଛି।
Comments are closed.