୫୦୦ ‘ଚୌକିଦାର’ଙ୍କ ସହ ୩୧ରେ କଥାହେବେ ମୋଦୀ
ନୂଆଦିଲ୍ଲୀ : ‘ମେଁ ଭି ଚୌକିଦାର ହୁଁ’ ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩୧ତାରିଖରେ ଦେଶର ୫୦୦ ସ୍ଥାନରେ ଚୌକିଦାରଙ୍କ ସହ ମତବିନିମୟ କରିବେ। ଯେଉଁମାନେ ଏହି ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଓ ଚୌକିଦାର ଭାବେ ଶପଥ ନେଇଛନ୍ତି ସେହିମାନଙ୍କ ସହ ମୋଦୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କଥାହେବେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ସାମାଜିକ ଗଣମାଧ୍ୟମରେ ଏହି ଅଭିଯାନ ଅତ୍ୟନ୍ତ ସଫଳ ହୋଇଥିବା ଓ ଗୋଟିଏ ଦିନରେ ୨୦ଲକ୍ଷ ଜନତା ଟ୍ବିଟର ମାଧ୍ୟମରେ ‘ମେଁ ଭି ଚୌକିଦାର ହୁଁ’ ଶପଥ ଗ୍ରହଣ କରିଥିବା ଏବଂ ଏହି ସଂଖ୍ୟା ୧କୋଟିରେ ପହଞ୍ଚିଥିବା ସେ କହିଛନ୍ତି। ଖୁବ୍ କମ୍ ସମୟ ମଧ୍ୟରେ ଏହି ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ପ୍ରସାଦ କହିଛନ୍ତି।