ମୋର ୧୦୦ ଦିନର ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ : ସରକାର ଜେଲ୍ ପଠାଉଛନ୍ତି ବୋଲି ବିରୋଧୀ ଦଳଙ୍କ ଅଭିଯୋଗକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ଇଡି ସମ୍ଭାଳୁଥିବା ଅନେକ ମାମଲା ସେହି ବ୍ୟକ୍ତି ବା ସଂସ୍ଥାମାନଙ୍କ ବିରୁଦ୍ଧରେ ଯାହାର ରାଜନୀତି ସହ କୌଣସି ସମ୍ପର୍କ ନାହିଁ । ଏକ ସାକ୍ଷାତକାରରେ ପିଏମ୍ ମୋଦୀ କହିଛନ୍ତି କି ସଚ୍ଚୋଟ ବ୍ୟକ୍ତିଙ୍କୁ ଡରିବାର କୌଣସି ବି ଆବଶ୍ୟକତା ନାହିଁ । କିନ୍ତୁ ଦୁର୍ନୀତିରେ ସାମିଲ ଥିବା ଲୋକଙ୍କୁ ସବୁବେଳେ ଡର ଲାଗେ ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ପିଏମ୍ ମୋଦୀ ସ୍ପଷ୍ଟ କରିଛନ୍ତି କି ସେ ନିଜ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ସେ ୧୦୦ ଦିନର ଯୋଜନା ସମ୍ପର୍କରେ ଜଣାଇବା ସହ ଅନେକ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି ।

ଇରାନର ଆକ୍ରମଣ ପରେ ଇସ୍ରାଏଲରେ ଚାଲିଥିବା ଆଦାନୀଙ୍କ ବ୍ୟବସାୟରେ କ୍ଷତି

ଭାଷଣରେ ୨୦୨୪ ନୁହେଁ, ୨୦୪୭ ଲକ୍ଷ୍ୟ ରହିଛି । ମୋଦୀ ଏହା କହିଛନ୍ତି କି ଏହା ଭିନ୍ନ ଭିନ୍ନ । ଯେବେ ଦେଶରେ ସ୍ବାଧୀନତାର ୭୫ ବର୍ଷ ପରେ ଅମୃତ ମହୋତ୍ସବ ପାଳନ ହେଉଥିଲା ସେହି ସମୟରେ ମୋଦୀ ସମସ୍ତଙ୍କ ସାମ୍ନାରେ ବିଷୟ ରଖିଥିଲେ କି ୨୦୪୭ରେ ଦେଶରେ ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ । ଯେବେ ଆମେ ସମସ୍ତେ ୧୦୦ ବର୍ଷର ସ୍ବାଧୀନତା ପୁରା କରିବା ସେବେ ଏହି ୨୫ ବର୍ଷର ସର୍ବାଧିକ ଉପଯୋଗ ଆମେ କେମିତି କରିବା । ସମସ୍ତେ କିଛି ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରସ୍ତୁତ କରନ୍ତୁ ଯଥା ଜଣେ ଗ୍ରାମ ପ୍ରଧାନ ଲକ୍ଷ୍ୟ ପ୍ରସ୍ତୁତ କରନ୍ତୁ କି ସେ ୨୦୨୪ ସୁଦ୍ଧା ନିଜ ଗାଁରେ କଣ କଣ ଉନ୍ନତି କରିବେ ।

ଇସ୍ରାଏଲକୁ ସାହାଯ୍ୟର ହାତ ବଢାଇଲା ଏହି ଦେଶ, ଇରାନକୁ ଦେଲା କଡା ଜବାବ

ପିଏମ ମୋଦୀ ତୃତୀୟ କାର୍ଯ୍ୟକାଳର ପ୍ରସ୍ତୁତି ଏବେଠୁ କରିସାରିଛନ୍ତି । ଏହାକୁ ନେଇ ସେ ନିଜ ୧୦୦ ଦିନର ଯୋଜନା କରିଛନ୍ତି । ସେ କହିଛନ୍ତି କି ‘ମୁଁ ମାନୁନି କି ଏପର୍ଯ୍ୟନ୍ତ ମୁଁ ସବୁକିଛି କରିଛି । ବହୁତ କିଛି ଅଛି ଯାହା ଏବେ ବି କରିବା ବାକି ଅଛି । କାରଣ ମୁଁ ଦେଖିବାକୁ ଚାହୁଁଛି କି ମୋ ଦେଶରେ ଏବେ କଣ ଆବଶ୍ୟକତା ରହିଛି । ପ୍ରତି ପରିବାରର ସ୍ବପ୍ନ କେମିତି ପୁରା ହେବ । ଏଥିପାଇଁ ମୁଁ କହିବାକୁ ଚାହୁଁଛି କି ଏହା କେବଳ ଟ୍ରେଲର । ମୁଁ ଗତ ୨ ବର୍ଷରୁ ୨୦୪୭ କୁ ଧ୍ୟାନରେ ରଖି କାମ କରୁଥିଲି । ଏଥିପାଇଁ ମୁଁ ଦେଶର ପ୍ରାୟ ୧୫ ଲକ୍ଷ ଲୋକଙ୍କ ପରାମର୍ଶ ନେଇଛି କି ଆଗାମୀ ୨୫ ବର୍ଷରେ ଦେଶକୁ କେମିତି ଦେଖିବା ଉଚିତ୍ । ୧୫-୨୦ ଲକ୍ଷ ଲୋକ ମୋତେ ତାଙ୍କ ପରାମର୍ଶ ଦେଇଛନ୍ତି ।’

 

Comments are closed.