www.samajalive.in
Saturday, December 6, 2025
19.1 C
Bhubaneswar

ଇରାନର ଆକ୍ରମଣ ପରେ ଇସ୍ରାଏଲରେ ଚାଲିଥିବା ଆଦାନୀଙ୍କ ବ୍ୟବସାୟରେ କ୍ଷତି

ନୂଆଦିଲ୍ଲୀ : ଇରାନ- ଇସ୍ରାଏଲ  ମଧ୍ୟରେ ଯୁଦ୍ଧ ପରେ ସୋମବାର ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିଶ୍ବର ୧୪ ତମ ସବୁଠାରୁ ଧନୀ ବ୍ୟକ୍ତି ତଥା ଭାରତର ଦ୍ବିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଏକ କମ୍ପାନୀର ସେୟାର ମଧ୍ୟ ଖସିଛି । ଆମେ କହୁଛୁ ଆଦାନୀ ପୋର୍ଟ କଥା ଯାହା ୨ ପ୍ରତିଶ୍ରତ ପାଖାପାଖି ହ୍ରାସ ପାଇ କାରବାର କରୁଛି । କହିରଖୁଛୁ ଗୌତମ ଆଦାନୀଙ୍କ ଏହି କମ୍ପାନୀର ଇସ୍ରାଏଲରେ ବଡ କାରବାର ଅଛି ଏବଂ ଏହା ପୂର୍ବରୁ ଇସ୍ରାଏଲ- ହମସା ଯୁଦ୍ଧ ସମୟରେ ମଧ୍ୟ ବଡ ହ୍ରାସ ଦେଖିବାକୁ ମିଳିଥିଲା ।

ଆପଲ୍‌କୁ ପଛରେ ପକାଇଲା ସାମ୍‌ସଙ୍ଗ୍‌, ହେଲା ୧ ନମ୍ବର

- Advertisement -

ଆଦାନୀ ପୋର୍ଟର ସେୟାରରେ ଆସିଥିବା ହ୍ରାସ ଯୋଗୁଁ ନିବେଶକଙ୍କୁ କ୍ଷତି ସହିବାକୁ ପଡିଛି । ଇରାନ-ଇସ୍ରାଏଲରେ ଯୁଦ୍ଧ ବଢିବା ଆଶଙ୍କା ନିବେଶକଙ୍କୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ କଥା ମନେ ପକାଇଦେଇଛି । ସେହି ସମୟରେ ମଧ୍ୟ କମ୍ପାନୀର ଷ୍ଟକ୍ ୫ ପ୍ରତିଶତ ପାଖାପାଖି ହ୍ରାସ ପାଇଥିଲା । ସୋମବାର ଆସିଥିବା ହ୍ରାସ ପରେ ଗୌତମ ଆଦାନୀଙ୍କ ଆଦାନୀ ପୋର୍ଟର ମାର୍କେଟ୍ କ୍ୟାପିଟାଲାଇଜେସନ ୨.୮୬ ଲକ୍ଷ କୋଟି ଟଙ୍କାକୁ ଆସିଯାଇଛି । ଗୌତମ ଆଦାନୀଙ୍କ ଏହି କମ୍ପାନୀ ସହିତ ଇସ୍ରାଏଲର ପ୍ରତ୍ୟେକ୍ଷ ସମ୍ପର୍କ ରହିଛି ।

ବଜାରକୁ ଆସିଲା ଇ-ଅଟୋ, ମାତ୍ର ୧୫ ମିନିଟରେ ହେବ ଚାର୍ଜ

୨୦୨୨ ମସିହାରେ ଆଦାନୀ ପୋର୍ଟ୍ସ ଏଣ୍ଡ ଏସଇଜେଡ୍ ମିଳିତ ଉଦ୍ୟେଗରେ ଇସ୍ରାଏଲ ହାଇଫା ପୋର୍ଟର ଘରୋଇକରଣ ଟେଣ୍ଡର ହାସଲ କରିଥିଲା । ଏହି ଟେଣ୍ଡର ପ୍ରାୟ ୧.୮ ଅରବ ଡଲାରର ଥିଲା । ଏହି ମିଳିତ ଉଦ୍ୟେଗରେ ଆଦାନୀ ପୋର୍ଟର ଭାଗିଦାରୀ ୭୦ ପ୍ରତିଶତ । ହମାସ ଯୁଦ୍ଧ ପରେ ଏବେ ଇସ୍ରାଏଲରେ ପୁଣି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏଥିଯୋଗୁଁ କମ୍ପାନୀର ସେୟାରରେ ହ୍ରାସ ମଧ୍ୟ ଦେଖିବାକୁ ମିଳିଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories