www.samajalive.in
Monday, December 15, 2025
26.1 C
Bhubaneswar

ଆପଲ୍‌କୁ ପଛରେ ପକାଇଲା ସାମ୍‌ସଙ୍ଗ୍‌, ହେଲା ୧ ନମ୍ବର

ସମାଜ ଡିଜିଟାଲ ଡେସ୍କ: ଦୁନିଆର ୧ ନମ୍ବର ମୋବାଇଲ୍ କମ୍ପାନୀ ହେବାର ମୁକୁଟ ହରାଇଲା ଲୋକପ୍ରିୟ ଟେକ୍‌ କମ୍ପାନୀ ଆପଲ୍‌। ୨୦୨୪ର ପ୍ରଥମ ତ୍ରୈମାସରେ ଆପଲ୍‌ର ସ୍ମାର୍ଟଫୋନ୍ ଯୋଗାଣ ୧୦ ପ୍ରତିଶତ ହ୍ରାସ ପାଇଛି। ରିସର୍ଚ୍ଚ ଫାର୍ମ ଆଇଡିସିର ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଆଇଡିସି ରିପୋର୍ଟକୁ ଦର୍ଶାଇ କହିଛି ଯେ, ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ବୈଶ୍ଵିକ ସ୍ତରରେ ମୋବାଇଲ୍ ଯୋଗାଣ ୭.୮ ପ୍ରତିଶତ ବୃଦ୍ଧି ପାଇ ୨୮.୯ କୋଟିରେ ପହଞ୍ଚିଛି। ତେବେ କୋରିଆ କମ୍ପାନୀ ସାମସଙ୍ଗର ଭାଗିଦାରୀ ଏଥିରେ ୨୦.୮ ପ୍ରତିଶତ ରହିଛି, ଯାହାକି ଆପଲ୍‌ଠାରୁ ଅଧିକ।

- Advertisement -

ହ୍ରାସ ପାଇଛି ଆଇଫୋନ୍‌ ବିକ୍ରି:

ଡିସେମ୍ବର ତ୍ରୈମାସରେ ଜୋରଦାର ପ୍ରଦର୍ଶନ ପରେ ଆପଲର ଆଇଫୋନ୍ ବିକ୍ରିରେ ହ୍ରାସ ପରିଲକ୍ଷିତ ହୋଇଛି। ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ସାମସଙ୍ଗକୁ ପଛରେ ପକାଇ ଆପଲ୍ ବିଶ୍ୱର ଏକ ନମ୍ବର ମୋବାଇଲ୍ କମ୍ପାନୀ ସାଜିଥିଲା। କିନ୍ତୁ ଗତ ତ୍ରୈମାସରେ କମ୍ପାନୀ ୧୭.୩ ପ୍ରତିଶତ ବଜାର ଭାଗିଦାରୀ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି।

ସ୍ଵାମୀଙ୍କ ସହ ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ତୃତୀୟ ସ୍ଥାନରେ ଚାଇନା କମ୍ପାନୀ:

ଚାଇନା ମୋବାଇଲ ବ୍ରାଣ୍ଡ୍ ସାଓମି ୨୦୨୪ର ପ୍ରଥମ ତ୍ରୈମାସରେ ୧୪.୧ ପ୍ରତିଶତ ଭାଗିଦାରୀ ସହିତ ତୃତୀୟ ସ୍ଥାନରେ ରହିଛି।

ସାମସଙ୍ଗର ମାର୍କେଟ ଶେୟାର କାହିଁକି ବୃଦ୍ଧି ପାଇଲା?

ବର୍ଷ ଆରମ୍ଭରେ ସାମସଙ୍ଗ ଏହାର ନବୀନତମ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଲାଇନ୍ଅପ୍ – ଗାଲାକ୍ସି ଏସ ୨୪ ସିରିଜ୍ ଲଞ୍ଚ୍‌ କରିଥିଲା। ଏହି ସମୟ ମଧ୍ୟରେ ୬୦ ମିଲିୟନରୁ ଅଧିକ ଫୋନ୍ ଯୋଗାଣ ହୋଇଛି। ନିକଟ ତ୍ରୈମାସରେ ଆପଲ୍‌ ୫୦.୧ ମିଲିୟନ ଆଇଫୋନ୍ ଯୋଗାଇଛି, ଯାହା ଗତ ବର୍ଷ ସମାନ ଅବଧିରେ ୫୫.୪ ମିଲିୟନ ରହିଥିଲା। ଏଠାରେ ସୂଚନାଯୋଗ୍ୟ, ଚୀନ୍ କମ୍ପାନୀ ଏବଂ ସରକାରୀ ଏଜେନ୍ସିମାନେ ଆପଲ୍ ମୋବାଇଲ୍ ବ୍ୟବହାରକୁ ସୀମିତ କରିବାକୁ ନିଷ୍ପତ୍ତି ନେବା ପରେ ଆପଲ୍ ମୋବାଇଲ୍ ଯୋଗାଣ ହ୍ରାସ ଘଟିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories