ଭୁବନେଶ୍ୱର : ଏଥର ମୌସୁମୀରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଜୁନ୍ ରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ପ୍ରାରମ୍ଭରେ ଏଲ୍-ନିନୋ କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ଜାରିହୋଇଥିବା ଦୀର୍ଘ ଅବଧି ଆକଳନ ଅନୁଯାୟୀ, ୨୦୨୪ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ର ସମ୍ଭାବନା ଥିବାବେଳେ ରାଜ୍ୟରେ ସ୍ୱାଭାବିକ କିମ୍ବା କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ କମ ବର୍ଷା ରହିବାର ସମ୍ଭାବନା ରହିଛି pic.twitter.com/14yVPTJZ5l
— Meteorological Centre, Bhubaneswar (@mcbbsr) April 15, 2024



