www.samajalive.in
Tuesday, December 9, 2025
23.1 C
Bhubaneswar

ବିତର୍କ ପାଇଁ ମୋଦୀଙ୍କୁ ରାହୁଲଙ୍କ ଆହ୍ବାନ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧବିମାନ ବୁଝାମଣା ବାବଦରେ ମୁହାଁମୁହିଁ ବିତର୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବୁଧବାର ସନ୍ଧ୍ୟାରେ ରାହୁଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ‘ମୋତେ ସାମ୍ନା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କର ସାହସ ନାହିଁ। ପ୍ରଧାନମନ୍ତ୍ରୀଙ୍କର ଯଦି ସାହସ ଅଛି ତେବେ ରାଫେଲ ପ୍ରସଙ୍ଗରେ ମୋ ସହିତ ବିତର୍କ ପାଇଁ ୨୦ ମିନିଟ୍ ସମୟ ଦିଅନ୍ତୁ। ରାଫେଲ ପ୍ରସଙ୍ଗରେ ମୁଁ ପଚାରିଥିବା ପ୍ରଶ୍ନରୁ ପ୍ରଧାନମନ୍ତ୍ରୀ ଦୂରେଇ ଯାଇଛନ୍ତି।’ ଲୋକସଭାରେ ରାଫେଲ ଉପରେ ଆଲୋଚନା ହୋଇଥିବାବେଳେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ ପୁନର୍ବାର ବିଜେପିକୁ ସମାଲୋଚନା କରିଥିଲେ।
ରାହୁଲ କହିଛନ୍ତି ଯେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ଏବେ ପ୍ରଧାନମନ୍ତ୍ରୀଙ୍କୁ ବ୍ଲାକମେଲ କରୁଛନ୍ତି। ରାଫେଲ ସମ୍ପର୍କିତ ସମସ୍ତ କାଗଜପତ୍ର ତାଙ୍କ ଶୋଇବା ଘରେ ରହିଥିବା ପରିକର କହିଛନ୍ତି। ରାଫେଲ ଫାଇଲ​ ପରିକରଙ୍କ ପାଖରେ ଥିବା ଦାବି କରି କଂଗ୍ରେସ ଏକ ଅଡିଓ ଜାରି କରିଛି। ପରିକର ଗୋଆ ମନ୍ତ୍ରୀ ବିଶ୍ବଜିତ୍ ରାଣେ ଓ ଅନ୍ୟମାନଙ୍କୁ ରାଫେଲ ଫାଇଲ ସମ୍ପର୍କରେ କହିଥିଲେ। ପରିକରଙ୍କ ଏହି ସ୍ବୀକାରୋକ୍ତି ସମ୍ପର୍କରେ ଏକ ଅଡିଓ କଂଗ୍ରେସ ଜାରି କରିଛି। ରାଫେଲ କାରବାର ସମ୍ପର୍କରେ ପରିକରଙ୍କ ସ୍ବୀକାରୋକ୍ତିର ଅଧିକ ଅଡିଓ ରହିଥିବା ନେଇ ରାହୁଲ କହିଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories