www.samajalive.in
Monday, December 15, 2025
24.1 C
Bhubaneswar

ରାମ ମନ୍ଦିର ଆମ ଜାତୀୟ ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଲାଗି ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ଆମ ପିଢ଼ି ପରେ ପିଢ଼ି ପ୍ରୟାସ କରିଆସିଛନ୍ତି। ଆଜିର ଏହି ଦିନ ସେହି ତପ, ତ୍ୟାଗ ଏବଂ ସଙ୍କଳ୍ପର ପ୍ରତୀକ। ଏହି ମନ୍ଦିର ଆମ ଜାତୀୟ ଭାବନାର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜନ ଓ ଶିଳାନ୍ୟାସ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସ୍ବାଧୀନତା ଆନ୍ଦୋଳନ ସମୟରେ ଆମ ପିଢ଼ିମାନେ ସବୁକିଛି ତ୍ୟାଗ କରିଦେଇଥିଲେ। ଦେଶର ଏପରି କୌଣସି ଭାଗ ନାହିଁ, ଯେଉଁଠି ସ୍ବାଧୀନତା ପାଇଁ ବଳିଦାନ ଦିଆଯାଇ ନାହିଁ। ଅଗଷ୍ଟ ୧୫ ଏସବୁ ବଳିଦାନର ପ୍ରତୀକ। ଠିକ୍‌ ସେହିପରି ରାମ ମନ୍ଦିର ପାଇଁ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଆମ ପିଢ଼ି ଉଦ୍ୟମ କରିଛନ୍ତି। ଆଜି ତାହା ସମାପ୍ତ ହୋଇଛି। ଏହି ମନ୍ଦିର ଲୋକଙ୍କୁ ସଙ୍କଳ୍ପର ପ୍ରେରଣା ଦେଇଚାଲିବ। ରାମ ମନ୍ଦିର ଯୋଗୁ ଏହି ଅଞ୍ଚଳର ସମ୍ପୂର୍ଣ୍ଣ ଅର୍ଥନୀତି ବଦଳିଯିବ। ଏଠାରେ ସବୁକ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇବ। ସାରା ବିଶ୍ଵରୁ ଲୋକମାନେ ଏଠାକୁ ଆସିବେ। ଏହା ଦ୍ବାରା ବହୁ ପରିବର୍ତ୍ତନ ହେବ। ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ରାଷ୍ଟ୍ରକୁ ଯୋଡ଼ିବାର ଉପକ୍ରମ ବୋଲି ମୋଦୀ କହିଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories