www.samajalive.in
Saturday, December 6, 2025
19.1 C
Bhubaneswar

ପାଞ୍ଚ ଶତାବ୍ଦୀ ପରେ ପୂରଣ ହେଲା ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ : ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏହି ବିଶେଷ ଏବଂ ଐତିହାସିକ ମୁହୂର୍ତ୍ତକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଦେଶବାସୀ । ରାମ ମନ୍ଦିର ଭୂମି ପୂଜନ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୂମି ପୂଜନ ସ୍ଥଳରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  କହିଛନ୍ତି ଯେ, ପାଞ୍ଚ ଶତାବ୍ଦୀ ପରେ ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ ଆଜି ପୂରଣ ହୋଉଛି । ଦେଶରେ ଗଣତାନ୍ତ୍ରିକ ପଦ୍ଧତି ସହିତ ଏହି ମନ୍ଦିର ନିର୍ମାଣ କରାଯାଉଛି । ଅନେକ ପିଢ଼ି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ଶେଷରେ ତାହା ପୂରଣ ହୋଇଛି । ଏହାସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଝାମଣା ଏବଂ ଉଦ୍ୟମ ଯୋଗୁଁ ଆଜି୧୩୫ କୋଟି ଭାରତୀୟଙ୍କ ଏହି ସଂକଳ୍ପ ପୂରଣ ହୋଇ ପାରିଛି ।

ଏହି  ଅବସର​‌ରେ ଯୋଗୀ ଆଦିତ୍ୟନାଥ ଆହୁରୀ ମଧ୍ୟ କହିଛନ୍ତି ରାମ ଜନ୍ମ ଭୂମି ଅଯୋଧ୍ୟାରେ ରାମଲାଲାଙ୍କ ବିଶାଳ ମନ୍ଦିରର ସ୍ବପ୍ନ ପ୍ରତ୍ୟକ ଭାରତୀୟ ଦେଖିଥିଲେ । ଆଜି ସେହି ସ୍ବପ୍ନ ପୂରଣ ହେବାକୁ ଯାଉଛି । ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅନେକ ଲୋକ ବଳିଦାନ ଦେଇଛନ୍ତି । ଆଜି ସମସ୍ତଙ୍କ ବଳିଦାନ ସାର୍ଥକ ହୋଇଛି । ରାମ ମନ୍ଦିର ନିର୍ମାଣ ହେଲେ ଅଯୋଧ୍ୟାର ଜମି ସମୃଦ୍ଧ ହେବ। ଆମ ସମସ୍ତଙ୍କ ପାଇଁ, ଏହି ଦିନଟି ଉତ୍ସାହ ଏବଂ ଭାବନାରେ ପରିପୂର୍ଣ୍ଣ ଦିନ ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଗର୍ବିତ ହେବାର ସୁଯୋଗ ପାଇଲୁ। ରାମ ମନ୍ଦିରର ସ୍ୱପ୍ନ ସାକାର ହୋଇଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories