www.samajalive.in
Sunday, December 7, 2025
23.1 C
Bhubaneswar

ରେଳ ଧାରଣା କଡରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ସୁନ୍ଦରଗଡ : ଝାରସୁଗୁଡ଼ା ଜିଲା ସୀମାନ୍ତ ହେମଗିରି ରେଞ୍ଜ ଦାଘୋରା ସେକ୍ସନ ଅଞ୍ଚଳ ଦେଇ ଯାଇଥିବା ମୁମ୍ବାଇ – ହାଓଡା ରେଳ ଲାଇନ ଡାଉନ ଲାଇନ କଡ଼ରୁ ଏକ କଲରା ପତାରିଆ ବାଘର ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଅଣ୍ଡିରା ବାଘଟିର ବୟସ ପ୍ରାୟ ୫ ରୁ ୬ ବର୍ଷ ମଧ୍ୟରେ ହେବ। ରେଳ ଲାଇନ ପାରି ହେଉଥିବା ବେଳେ କୌଣସି ଏକ ଟ୍ରେନ ଧକ୍କାରେ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସୂଚନା ପାଇ ରାଉରକେଲା ଆଞ୍ଚଳିକ ବନ ସଂରକ୍ଷକ ଭଞ୍ଜ କିଶୋର ସ୍ୱାଇଁ, ସୁନ୍ଦରଗଡ ବନଖଣ୍ଡ ଅଧିକାରୀ କାଲୁଙ୍ଗା ଗୋରେଖ ବାମନ ଏସିସିଏଫ ଦିବାକର ବେହେରା, ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ବାଘ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବଚ୍ଛେଦ ପରେ ବାଘର ମୃତ ଦେହକୁ ଡାଘୋରା ସେକ୍ସନ କାର୍ୟ୍ୟାଳୟ ପରିସରରେ ପୋଡି ଦିଆଯାଇଛି

- Advertisement -

https://youtu.be/jCEWC607k14

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ରେ ଗତକାଲି ରାତି ପ୍ରାୟ ୯ଟା ସମୟ ରେ ହେମଗିରି ଫରେଷ୍ଟ ରେଞ୍ଜର ବଡ ରମ୍ପିୟା ଗାଁରେ କଲରାପତରିଆ ଆତଙ୍କ ଖେଳାଇଥିଲା। ବାଘ ଚାରି ଜଣଙ୍କୁ ଆକ୍ରମଣ କରି ଘାଇଲା କରିଦେଇଥିଲା।

କିନ୍ତୁ ଆଜି ସକାଳ ସମୟରେ ସେହି କଲରାପତରିଆ ବାଘର ମୃତ ଦେହ ନିକଟସ୍ଥ ରେଲୱେ ଲାଇନରୁ ଉଦ୍ଧାର ହୋଇଛି। ବାଘର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି। ବାଘକୁ ସ୍ଥାନୀୟ ଲୋକ ହତ୍ୟା କରିଥିବା ସନ୍ଦେହ କରାଉଛି। ବାଘକୁ ମାରି ରେଲୱେ ଲାଇନକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।

ମାତ୍ର ବନବିଭାଗ ତରଫରୁ ବାଘ ହତ୍ୟା ଘଟଣାକୁ ଅସ୍ବୀକାର କରାଯାଇଛି। ବାଘଟି ମାରି ପଡିଥିବା ରେଳ ଲାଇନରେ ଘୋଷରା ଦାଗ ରହିଥିବା। ବାଘର ରକ୍ତ ଓ ଲୋମ ରେଳ ଲାଇନ ରେ ଲାଗିଥିବା ରୁ ରେଳ ଲାଇନ ପାରି ହେଉଥିବା ବେଳେ କୌଣସି ଏକ ଟ୍ରେନ ଧକ୍କାରେ ବାଘ ଟିର୧ ମୃତ୍ୟୁ ହୋଇଛି ଏକ ପ୍ରକାର ସ୍ପଷ୍ଟ ସଂକେତ ଦେଇଛନ୍ତି  ତଥାପି ତଦନ୍ତ ପରେ ଅଧିକ ତଥ୍ୟ ଜଣା ପଡ଼ିବବୋଲି ସୁନ୍ଦରଗଡ ବନଖଣ୍ଡ ଅଧିକାରୀ କୁଲାଙ୍ଗେ ଗୋରଖ ବାମନ କହିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories