www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ଆମ ହୃଦୟର ସ୍ପନ୍ଦନ ଓ ନିଶ୍ୱାସ କହୁଛି ଜୟ ଶ୍ରୀରାମ : ଲତା ମଙ୍ଗେସକର

ନୂଆଦିଲ୍ଲୀ : ଆଜି ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମି ପୂଜା ଅବସରରେ ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଟ୍ୱିଟ କରି କହିଛନ୍ତି ଆଜି ଆମ ହୃଦୟର ସ୍ପନ୍ଦନ ଓ ନିଶ୍ୱାସ କହୁଛି ଜୟ ଶ୍ରୀରାମ। ଭୂମି ପୂଜା ଆରମ୍ଭ ହେବା ମାତ୍ରେ ଲତା ନିଜର ପ୍ରସନ୍ନତା ବ୍ୟକ୍ତ କରିଛନ୍ତି। ଆଜି ମୋ ପରିବାର ଓ ସାରା ଦୁନିଆ ବହୁତ ଖୁସି, ଯେପରି ହୃଦୟର ପ୍ରତି ସ୍ପନ୍ଦନ ଜୟଶ୍ରୀରାମ କହିବା ଭଳି ଅନୁଭବ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଆଜି କରୋନା ମହାମାରୀ ପାଇଁ ହୁଏତ ଲକ୍ଷ ଲକ୍ଷ ଭକ୍ତ ସେଠାକୁ ଯାଇପାରି ନାହାନ୍ତି। ମାତ୍ର ସଭିଁଙ୍କ ମନରେ ଓ ଧ୍ୟାନରେ କେବଳ ପ୍ରଭୁ ଶ୍ରୀରାମ ହିଁ ରହିବେ। ଏହାସହ ମୁଁ ଏଥିପାଇଁ ମଧ୍ୟ ଖୁସି ଏହି ସମାରୋହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ହୋଇଛି।
ସେ ଆହୁରି ମଧ୍ୟ ପୋଷ୍ଟ କରି ଲେଖିଛନ୍ତି, ନମସ୍କାର, ବହୁ ରାଜାଙ୍କ, ଅନେକ ପିଢିର ଓ ବିଶ୍ୱର ବହୁ ଭକ୍ତଙ୍କର ବହୁଦିନର ସ୍ୱପ୍ନ ପୂରଣ ହୋଇଛି। ଦୀର୍ଘଦିନ ଅପେକ୍ଷା ପରେ ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ନିର୍ମାଣ ହେବାକୁ ଯାଉଛି। ଆଜି ଶିଳାନ୍ୟାସ ହୋଇଛି। ଏହାର ଶ୍ରେୟ ମାନନୀୟ ଲାଲକୃଷ୍ଣ ଆଡ଼ବାଣୀ ଓ ଅନ୍ୟ ବହୁ ବିଶିଷ୍ଟମାନଙ୍କୁ ମଧ୍ୟ ଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories