ମୋଦି କେଉଁ ଆସନରୁ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇ ନାହିଁ : ଶାହା

0

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ଆସନରୁ ପ୍ରାର୍ଥୀ ହେବେ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ​ସ୍ବଷ୍ଟ କରିଛନ୍ତି। ବିଭିନ୍ନ  ଗଣମାଧ୍ୟମରେ ନରେଦ୍ର ମୋଦୀ ଓଡିଶାର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଶୁକ୍ରବାର ଠାରୁ ଚର୍ଚ୍ଚା ହେଉଥିଲା ।

ତେବେ ଅମିତ୍ ଶାହା ଏହି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶ ସାରା ବିଭିନ୍ନ ଅଂଚଳ ବୁଲୁଛନ୍ତି । ଅନେକ ସଭାରେ ମଧ୍ୟ ଯୋଗ ଦେଉଛନ୍ତି । ସେ ବିଭିନ୍ନ ସ୍ଥାନରୁ  ପ୍ରତିଦ୍ବନ୍ଦିତା କରିବା  ନେଇ ଚର୍ଚ୍ଚା ହେଉଛି । ତେବେ ଏଥିରେ କିଛି ସତ୍ୟତା ନଥିବା ଶ୍ରୀ ଶାହା ​ସ୍ବଷ୍ଟ କରିଛନ୍ତି ।

 

Leave A Reply