ଆଠଗଡ ବିଜେପିର ମୋ ମାଟି ମୋ ଦେଶ ଅଭିଯାନ
ଆଠଗଡ : ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଅମୃତ ମହୋତ୍ସବର ଉଦ୍ଯାପନୀ ଉତ୍ସବ ଅବସରରେ ଦେଶ ବ୍ୟାପୀ ମୋ ମାଟି ମୋ ଦେଶ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି । ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ସ୍ୱାଧୀନତା ସଂଗ୍ରାମୀ, ସହିଦ୍ ଓ ବୀରସୈନିକଙ୍କ ଜନ୍ମଭୂମିରୁ ମାଟି ସଂଗ୍ରହ କରିି ଦିଲ୍ଲୀଠାରେ ନିର୍ମାଣ କରାଯାଉଥିବା ଅମୃତ ବାଟିକାରେ ଲଗାଯିବ। ଏହି ପରିପ୍ରେକ୍ଷୀରେ ଆଠଗଡ ବିଜେପି ପକ୍ଷରୁ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଭୂମିରୁ ମାଟି ସଂଗ୍ରହ କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଆଠଗଡ ବ୍ଲକର ଖୁଣ୍ଟୁକଟା ପଞ୍ଚାୟତ ଅଧିନ ନୂଆବନ୍ଧ ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଦୁର୍ଯ୍ୟୋଧନ ଜେନାଙ୍କ ବାସଭବନରୁ ମାଟି ସଂଗ୍ରହ କରିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ରାୟ ସଂଗ୍ରାମୀ ଦୁର୍ଯ୍ୟୋଧନ ଜେନାଙ୍କର ସ୍ମୃତିଚାରଣ କରି ଇଂରେଜ ଶାସନ ବିରୋଧରେ ଲଢେଇ କରି ପୁଲିସ ମାଡରେ ନିଜର ଗୋଟିଏ ହାତ ହରାଇଥିବା ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ଯୋଗୁଁ ଦେଶବାସୀ ଏକତା ସୁତ୍ରରେ ବାନ୍ଧି ହୋଇ ରହିଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। ସେହି ସଂଗ୍ରାମୀ ମାଟି ଓ ସଂଗ୍ରାମୀ ଦୁର୍ଯ୍ୟୋଧନ ଜେନା ଏବଂ ତାଙ୍କ ପିତା ସଂଗ୍ରାମୀ ଦଳସିଂହ ରାୟଙ୍କୁ ପ୍ରଣାମ ଜଣାଇ ତାଙ୍କ ବାସଭବନରେ ଭୂମି ପୂଜନ କରି ମାଟି ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ବିଧାନସଭା ସଂଯୋଜକ ବିକ୍ରମ କେଶରୀ ଦାସ, ମଣ୍ଡଳ ସଭାପତି ତପନ ଲେଙ୍କା, ହେମନ୍ତ କୁମାର ମହାନ୍ତି, ଉମେଶ ସାମଲ ନିର୍ମଳ କୁମାର, ଚିନ୍ମୟ ମଲ୍ଲିକ, ବିସ୍ତାରକ ଅରକ୍ଷିତ ଖୁଣ୍ଟିଆ, ରଞ୍ଜନ ସେନାପତି, ଅନିଲ ଜେନା, ରମାକାନ୍ତ ସେନାପତି, ଧନଞ୍ଜୟ ସେଠୀ, ନିତ୍ୟାନନ୍ଦ ସ୍ୱାଇଁ, ସମୀର ପ୍ରଧାନ, ହିମାଂଶୁ ସାହୁ, ବିବେକାନନ୍ଦ ବେଉରା, ସୋମନାଥ ବେହେରା, ବଳରାମ ରାଉତ ଓ ମାନସ ଦଳାଇଙ୍କ ସମେତ ମିଡିଆ ସଂଯୋଜକ ପରେଶ ରଞ୍ଜନ ସାହୁ ଯୋଗଦାନ କରିଥିଲେ।
Comments are closed.