ସ୍ଵଛ ନିର୍ବାଚନରେ ବାଧକ ବେହିସାବ ଅର୍ଥ କାରବାର

0

ସମାଜ ପୋର୍ଟାଲ ଡେସ୍କ: ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦନ କରିବା ଅତ୍ୟନ୍ତ କଷ୍ଟକର ଏବଂ ଜଟିଳ ପ୍ରକ୍ରିୟା ପ୍ରତ୍ୟେକ ନିର୍ବାଚନରେ ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, କ୍ରାଇମ ବ୍ରାଞ୍ଚ ଭଳି ସମସ୍ତ ସରକାରୀ ସଂସ୍ଥାର ସକ୍ରିୟତା ସତ୍ଵେ ବିପୁଳ ପରିମାଣର ଟଙ୍କା, ନିଶା ଦ୍ରବ୍ୟ ଓ ମୂଲ୍ୟବାନ ଧାତୁ ଜବତ ହେଉଛି। ଏହି ଜବତ ପରିମାଣ କେବଳ ଏକ ଅଂଶ ବୋଲି କୁହାଯାଇପାରେ କାରଣ ଏପରି ଏକ ବୃହତ ପ୍ରକ୍ରିୟା ଭିତରେ ହେଉଥିବା ସମସ୍ତ ବେହିସାବ ଅର୍ଥ କାରବାର ଠାବ କରିବା ସହଜସାଧ୍ୟ ନୁହେଁ।

୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସକାଶେ ମାର୍ଚ୍ଚ ୨୫ରେ ମନୋନୟନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ସାରା ଦେଶରେ ଜବତ କରାଯାଇଛି ବିପୁଳ ପରିମାଣର ଟଙ୍କା, ନିଶାଦ୍ରବ୍ୟ ଓ ମୂଲ୍ୟବାନ ସାମଗ୍ରୀ। ପ୍ରାୟ ୫୪୦ କୋଟି ଟଙ୍କା ନଗଦ ଅର୍ଥରାଶି ସାରା ଦେଶରେ ଜବତ କରାଯାଇଥିବାବେଳେ ଓଡ଼ିଶାରେ ୧ କୋଟି ୫୪ ଲକ୍ଷ ଜବତ କରାଯାଇଛି। ଏକଥା ସହଜରେ ଅନୁମେୟ ଯେ ଗଣତାନ୍ତ୍ରିକ ଚୟନ ପ୍ରକ୍ରିୟାକୁ ସହଜ, ସରଳ ଓ ସ୍ଵଛ କରିବା ଉଦ୍ଦେଶ୍ୟରେ କେବଳ ମତଦାନ ପ୍ରତି ଆମେ ସଚେତନ ହେଲେ ଚଳିବ ନାହିଁ, ସମସ୍ତଙ୍କୁ ଏଥିପାଇଁ ବାହୁବଳ, ଅର୍ଥବଳର ବ୍ୟବହାରକୁ ପ୍ରତ୍ୟାଖାନ କରିବା ଆବଶ୍ୟକ।

ସରକାରୀ ଭାବେ ମିଳିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୫, ୨୦୧୯ ସୁଦ୍ଧା ସାରା ଦେଶରୁ ଚଢ଼ାଉ କରାଯାଇ ପାଖାପାଖି ୫୪୦ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏଥିରେ ୧୪୩.୪୭ କୋଟି ଟଙ୍କା, ୮୯.୬୪ କୋଟି ଟଙ୍କାର ମଦ, ୧୩୧.୭୫ କୋଟି ଟଙ୍କାର ନିଶାଦ୍ରବ୍ୟ ଓ ୧୬୨.୯୩ କୋଟି ଟଙ୍କାର ମୂଲ୍ୟବାନ ଧାତୁ ରହିଛି। ସର୍ବାଧିକ ଜବତ ତାମିଲନାଡ଼ୁ, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରୁ କରାଯାଇଛି।

କେଉଁ ରାଜ୍ୟରୁ କେତେ ପରିମାଣ ଜବତ ହୋଇଛି।

୧. ଓଡ଼ିଶା: ୧.୫୪ କୋଟି ଟଙ୍କା, ୧.୩୭ କୋଟି ଟଙ୍କାର ମଦ, ଓ ୦.୦୧୨ କୋଟି ଟଙ୍କାର ସାମଗ୍ରୀ
୨. ଆଣ୍ଡାମାନ ନିକୋବର ଦ୍ୱୀପସମୂହ : ୦.୦୪ କୋଟି ଟଙ୍କାର ମଦ, ୦.୦୫ କୋଟି ଟଙ୍କାର ନିଶାଦ୍ରବ୍ୟ
୩. ଆନ୍ଧ୍ରପ୍ରଦେଶ: ୫୫ କୋଟି ଟଙ୍କା, ୧୨ କୋଟି ଟଙ୍କାର ମଦ, ୦.୪ କୋଟି ଟଙ୍କାର ନିଶାଦ୍ରବ୍ୟ, ୩୦ କୋଟି ଟଙ୍କାର ସୁନା, ୬ କୋଟି ଟଙ୍କାର ସାମଗ୍ରୀ
୪. ଅରୁଣାଚଳ ପ୍ରଦେଶ: ୨.୨୮ କୋଟି ଟଙ୍କା, ୦.୭୩୫ କିଗ୍ରା ନିଶାଦ୍ରବ୍ୟ
୫. ଆସାମ: ୩.୯୭ କୋଟି ଟଙ୍କା, ୦.୨୧ କୋଟି ଟଙ୍କାର ମଦ, ୦.୦୧୩ କୋଟି ଟଙ୍କାର ନିଶାଦ୍ରବ୍ୟ
୬. ବିହାର: ୩୨ ଲକ୍ଷ ଟଙ୍କା, ୦.୨ କୋଟି ଟଙ୍କାର ମଦ, ୦.୫୨ କୋଟି ଟଙ୍କାର ସାମଗ୍ରୀ
୭. ଚଣ୍ଡିଗଡ଼: ୦.୦୧୩ କୋଟିର ସାମଗ୍ରୀ, ୦.୦୪୪ କୋଟିର ନିଶାଦ୍ରବ୍ୟ
୮. ଛତିଶଗଡ଼: ୦.୨୦ କୋଟିର ସାମଗ୍ରୀ, ୦.୨୪ କୋଟି ଟଙ୍କା, ୦.୦୪ କୋଟି ଟଙ୍କାର ମଦ, ୦.୦୨ କୋଟି ଟଙ୍କାର ସରଞ୍ଜାମ
୯. ଡାମନ ଡିଉ: ୦.୩୨ କୋଟି ଟଙ୍କା, ୦.୦୪ ଲକ୍ଷ ଲିଟର ମଦ
୧୦. ଗୋଆ: ୦.୨୩ କୋଟି ଟଙ୍କା, ୦.୧୧୦ କୋଟି ଟଙ୍କାର ମଦ, ୦.୧୮୫ କୋଟି ଟଙ୍କାର ନିଶାଦ୍ରବ୍ୟ
୧୧. ଗୁଜରାଟ: ୧.୨୩ କୋଟି ଟଙ୍କା, ୪.୭୭ କୋଟି ଟଙ୍କାର ମଦ
୧୨. ହିମାଚଳ ପ୍ରଦେଶ: ୦.୦୪୨ କୋଟି ଟଙ୍କା, ୦.୪୯୪ କୋଟି ଟଙ୍କାର ମଦ, ୦.୨୯୭ କୋଟି ଟଙ୍କାର ନିଶାଦ୍ରବ୍ୟ
୧୩. ଝାଡ଼ଖଣ୍ଡ: ୦.୨୨ କୋଟି ଟଙ୍କା, ୦.୦୭୩ କୋଟି ଟଙ୍କା ମୂଲ୍ୟର ମଦ, ୬୫୯.୭ କିଗ୍ରା ନିଶାଦ୍ରବ୍ୟ
୧୪: କର୍ଣ୍ଣାଟକ: ୫.୯୫ କୋଟି ଟଙ୍କା, ୧୯.୮୮ କୋଟି ଟଙ୍କା ମୂଲ୍ୟର ମଦ, ୧୭୨.୧୧ କିଗ୍ରା ନିଶାଦ୍ରବ୍ୟ, ୦.୧୮ କୋଟି ଟଙ୍କା ମୂଲ୍ୟର ସୁନା ଓ ରୂପା, ୦.୪୪ କୋଟି ଟଙ୍କାର ସାମଗ୍ରୀ
୧୫. ମଧ୍ୟପ୍ରଦେଶ: ୩.୫୪ କୋଟି ଟଙ୍କା, ୩.୭୬ କୋଟି ଟଙ୍କା ମୂଲ୍ୟର ମଦ, ୨୮୨.୪୦୬ କିଗ୍ରା ନିଶାଦ୍ରବ୍ୟ, ୦.୨୫ କୋଟି ଟଙ୍କାର ମୂଲ୍ୟବାନ ଧାତୁ, ୧.୪୬ କୋଟି ଟଙ୍କାର ସାମଗ୍ରୀ
୧୬. ମହାରାଷ୍ଟ୍ର: ୫.୯୦ କୋଟି ଟଙ୍କା, ୯.୭୧ କୋଟି ଟଙ୍କା ମୂଲ୍ୟର ମଦ, ୩.୧୧ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ, ୦.୪୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ
୧୭. ମଣିପୁର: ୦.୦୩ କୋଟି ଟଙ୍କା, ୦.୨୯ କୋଟି ଟଙ୍କାର ମଦ, ୨୧.୧୮ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ, ୧.୧୨ କୋଟି ଟଙ୍କାର ମୂଲ୍ୟବାନ ଧାତୁ
୧୮. ମେଘାଳୟ: ୦.୨୪ କୋଟି ଟଙ୍କା, ୦.୦୨ କୋଟି ଟଙ୍କା ମୂଲ୍ୟର ମଦ,
୧୯. ନାଗାଲ୍ୟାଣ୍ଡ: ୦.୭୦ କୋଟି ଟଙ୍କା, ୦.୬୩ କୋଟି ଟଙ୍କାର ମଦ, ୦.୦୪ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ
୨୦. ପୁଡୁଚେରୀ: ୦.୧୭ କୋଟି ଟଙ୍କା, ୦.୦୩ କୋଟି ଟଙ୍କାର ସାମଗ୍ରୀ
୨୧. ପଞ୍ଜାବ: ୫.୨୦ କୋଟି ଟଙ୍କା, ୩.୨୨ କୋଟି ଟଙ୍କାର ମଦ, ୮୪.୩୪ କୋଟି ଟଙ୍କାର ନିଶାଦ୍ରବ୍ୟ, ୦.୧୪୯ କୋଟି ଟଙ୍କାର ସାମଗ୍ରୀ
୨୨. ରାଜସ୍ଥାନ: ୦.୩୪ କୋଟି ଟଙ୍କା, ୨.୮୧ କୋଟି ଟଙ୍କାର ମଦ, ୩.୬୭ କୋଟି ଟଙ୍କାର ନିଶାଦ୍ରବ୍ୟ, ୧.୫ କୋଟି ଟଙ୍କାର ସାମଗ୍ରୀ
୨୩. ସିକ୍କିମ: ୩୯୩ ଲକ୍ଷ ଲିଟର ମଦ, ୦.୦୨୭ କୋଟି ଟଙ୍କାର ସାମଗ୍ରୀ
୨୪. ତାମିଲନାଡ଼ୁ: ୩୬.୬ କୋଟି ଟଙ୍କା ୦.୧୩ କୋଟି ଟଙ୍କାର ମଦ, ୦.୧୫ କୋଟି ଟଙ୍କାର ନିଶାଦ୍ରବ୍ୟ, ୬୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ, ୨.୩୬ କୋଟି ଟଙ୍କାର ସାମଗ୍ରୀ
୨୫. ତେଲଙ୍ଗାନା: ୫.୨୬ କୋଟି ଟଙ୍କା, ୦.୩୯ କୋଟି ଟଙ୍କାର ମଦ, ୨.୩୮ କୋଟି ଟଙ୍କାର ନିଶାଦ୍ରବ୍ୟ, ୦.୧୬ କୋଟି ଟଙ୍କାର ସୁନା
୨୬. ତ୍ରିପୁରା: ୦.୭୦ କୋଟି
୨୭. ଉତରାଖଣ୍ଡ: ୨.୨୯ କୋଟି ଟଙ୍କାର ସାମଗ୍ରୀ
୨୮. ଉତର ପ୍ରଦେଶ: ୮.୨୬ କୋଟି ଟଙ୍କା, ୨୨.୫୫ କୋଟି ଟଙ୍କା ମୂଲ୍ୟର ମଦ, ୧୪.୬୮ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ, ୫୯.୦୪ କୋଟି ଟଙ୍କାର ମୂଲ୍ୟବାନ ଧାତୁ, ୧୦୪.୫୩ କୋଟି ଟଙ୍କାର ସାମଗ୍ରୀ
୨୯. ପଶ୍ଚିମବଙ୍ଗ: ୬.୪୩ କୋଟି ଟଙ୍କା, ୫.୨୪ କୋଟି ଟଙ୍କାର ମଦ, ୦.୧୬ କୋଟି ଟଙ୍କାର ନିଶାଦ୍ରବ୍ୟ, ୩.୫୧ କୋଟି ଟଙ୍କାର ମୂଲ୍ୟବାନ ଧାତୁ
୩୦. ମିଜୋରାମରୁ ୦.୧୮ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ୦.୦୬ କୋଟି ଟଙ୍କାର ମଦ ଏବଂ ୦.୧୨ କୋଟି ଟଙ୍କାର ନିଶାଦ୍ରବ୍ୟ

Leave A Reply