www.samajalive.in
Sunday, December 7, 2025
26.1 C
Bhubaneswar

ଅତିରିକ୍ତ ତହସିଲଦାରଙ୍କ ଘରେ ପଶି ପଥର ଲିଜ୍‌ଧାରୀଙ୍କ ଦୁର୍ବ୍ୟବହାର, ଥାନାରେ ଏତଲା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କ ଘରେ ପଶି ଜଣେ ବାହାର ଜିଲ୍ଲାର ପଥର ଲିଜ୍‌ଧାରୀ ଏବଂ ଅନ୍ୟ ଜଣେ ସହଯୋଗୀ ତାଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ କରିବା ସାଙ୍ଗକୁ ଧମକଚମକ ଦେବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ପରେ ନିଜେ ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ ପୁରୁଣାକଟକ ଥାନାରେ ଲିଖିତଭାବେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ପଡ଼ୋଶୀ ଜିଲ୍ଲା ସୁବର୍ଣ୍ଣପୁରର ଶ୍ରୀନିବାସ ମିଶ୍ର ନାମକ ଜଣେ ପଥର ଲିଜ୍‌ଧାରୀ ଅତିରିକ୍ତ ତହସିଲଦାରଙ୍କୁ ଫୋନ କରିଥିଲେ। ସେ ଫୋନ କାଟିଦେବାରୁ ଶ୍ରୀନିବାସ ମିଶ୍ର ଏବଂ ଅନ୍ୟ ଜଣେ ସହଯୋଗୀ ଶଙ୍କୁଲେଇ ଗ୍ରାମର ପ୍ରଶାନ୍ତ ମହାକୁଡ ଦୁଇ ଜଣ ତାଙ୍କ ଚାରିଛକସ୍ଥିତ ଆବାସିକ ଘରକୁ ପହଞ୍ଚିଥିଲେ। ନିସାଶକ୍ତ ଅବସ୍ଥାରେ ଘରେ ଜବରଦସ୍ତ ପଶିବା ସହିତ ତାଙ୍କ ପଲଙ୍କରେ ବସି ତାଙ୍କୁ ପଥର କୁଆଁରୀକୁ ନେଇ ପଚରାଉଚରା କରିଥିଲେ। ଏହାସହ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପ କରି ଧମକ ଦେଇଥିବା ସଂର୍ପକରେ ସେ ଏତେଲାରେ ଦର୍ଶାଇଥିବା ଜଣାପଡିଛି।

- Advertisement -

ଏତେଲାକୁ ଭିତିକରି ପୁରୁଣାକଟକ ପୁଲିସ ୩୮/୨୧ରେ ଏକ ମାମାଲା ରୁଜୁକରି ଦଫା ୨୯୪.୪୪୮.୫୦୬ ୩୪ ଆଇ.ପି.ସି.୩(୧)(ଏଚ) ଏସି.ଏସଟି ଆକ୍ଟରେ ତଦନ୍ତ ଚଳାଇଥିବା ପୁରୁଣାକଟକ ଆଇ.ଆଇ.ସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି। ଜଣେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଘରେ ପଶି ଜଣେ ବାହାର ଜିଲ୍ଲା ପଥର ଲିଜ୍‌ଧାରୀଙ୍କ ଜାତିଆଣ ଆକ୍ଷେପ ସହ ର୍ଦୁବ୍ୟବହାର ଏବଂ ଧମକଚମକ ଦେବା ଘଟଣାକୁ ହରଭଙ୍ଗା ବାରଆସୋସିଏସନ ଦୃଢନିନ୍ଦା କରିଛି। ତୁରନ୍ତ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓକିଲ ସଂଘ ପକ୍ଷରୁ ଏକ ଦାବୀ ପତ୍ର ବୌଦ୍ଧ ଏସପି ଏବଂ ବୌଦ୍ଧ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି ହରଭଙ୍ଗା ଓକିଲ ସଂଘ ସଭାପତି ଅକ୍ଷୟ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories