ସାତ ମୋକ୍ଷ ଧାମରେ ପୁରୀ ଜଗନ୍ନାଥ ଧାମ

ପ୍ରସାଦ ଯୋଜନାରେ ଭିତ୍ତିଭୂମି ବିକାଶ ପାଇଁ ଅଧିକ ଆର୍ଥିକ ସହାୟତା

ନୂଆଦିଲ୍ଲୀ : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘରୋଇ ତଥା ବିଶ୍ୱ ବଜାରରେ ପ୍ରୋତ୍ସାହନମୂଳକ ଅଭିଯାନ ଆରମ୍ଭ କରିବାକୁ ଯାଇ ଭାରତର ଯେଉଁ ସାତଟି ମୋକ୍ଷ ସ୍ଥଳ (ସପ୍ତମୋକ୍ଷ ପୁରୀ) କୁ ପ୍ରୋତ୍ସାହିତ କରୁଛି, ସେଥି ମଧ୍ୟରେ ଓଡିଶାର ପୁରୀ ଜଗନ୍ନାଥ ଧାମ ସ୍ଥାନ ପାଇଛି । ଜଗନ୍ନାଥ ଧାମ ପୁରୀ ଏହି ସାତ ଗୋଟି ମୋକ୍ଷ ସ୍ଥଳୀରେ ଅନ୍ତର୍ଭୁକ୍ତ ହେବା ପରଠାରୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୂର୍ବ ଅପେକ୍ଷା ଆଉ କିଛି ପାଦ ଅଗ୍ରସର ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି।

ପର୍ଯ୍ୟଟନ ମନ୍ତ୍ରଣାଳୟ, ସପ୍ତ ମୋକ୍ଷ (ସାତ ଗୋଟି ମୁକ୍ତି ପ୍ରାପ୍ତିସ୍ଥଳ), ଅର୍ଥାତ୍ ଅଯୋଧ୍ୟା, ମଥୁରା, ମାୟା (ହରିଦ୍ୱାର), କାଶୀ (ବାରଣାସୀ), କାଞ୍ଚି ଅବନ୍ତୀକା (ଉଜ୍ଜୟିନୀ), ପୁରୀ (ଓଡିଶା) ଏବଂ ଦ୍ୱାରାବତୀ (ଦ୍ୱାରକା, ଗୁଜରାଟ)ର ପର୍ଯ୍ୟଟନସ୍ଥଳୀ ଗୁଡିକୁ ସାମଗ୍ରିକ ଭାବେ ପ୍ରୋତ୍ସାହିତ କରିଛି । ଏହା ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଇଲେକ୍ଟ୍ରୋନିକ୍‌, ପ୍ରିଣ୍ଟ ଏବଂ ଡିଜିଟାଲ୍ ମିଡିଆ ମାଧ୍ୟମରେ ଘରୋଇ ଏବଂ ବିଶ୍ୱ ବଜାର ମାନଙ୍କରେ ପ୍ରଚାରମୂଳକ ଅଭିଯାନ କାର୍ଯ୍ୟ ହାତକୁ ନେଇଥାଏ।  ମନ୍ତ୍ରଣାଳୟର ୱେବସାଇଟ୍ ତଥା ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ ଗୁଡିକ ସହାୟତାରେ ମଧ୍ୟ ଏସବୁର ଅଧିକ ପ୍ରୋତ୍ସାହନ କରାଯାଇଥାଏ ।

prayash

ଏସବୁ ବ୍ୟତୀତ, ପର୍ଯ୍ୟଟନ ମନ୍ତ୍ରଣାଳୟ ସଂପୃକ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ସରକାର ମାନଙ୍କ ସହିତ ପରାମର୍ଶ କରି ଚିହ୍ନିତ ତୀର୍ଥସ୍ଥଳୀ ଏବଂ ଐତିହ୍ୟ ସ୍ଥଳ ଗୁଡିକର ସମନ୍ୱିତ ବିକାଶ ଉଦ୍ଦେଶ୍ୟ ନେଇ ‘ତୀର୍ଥ ଯାତ୍ରା ପୁନରୁଦ୍ଧାର ଏବଂ ଆଧ୍ୟାତ୍ମିକତା, ଐତିହ୍ୟ ବୃଦ୍ଧି ଅଭିଯାନ (ପ୍ରସାଦ) ରାଷ୍ଟ୍ରୀୟ ମିଶନ’ ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରୁଛି।

ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ନିମନ୍ତେ ସ୍ୱଦେଶ ଦର୍ଶନ ଅଧୀନରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ପାଣ୍ଠି ଉପଲବ୍ଧ, ଉପଯୁକ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା, ଯୋଜନା ନିର୍ଦ୍ଦେଶାବଳୀ ଗୁଡିକୁ ପାଳନ କରିବା, ପୂର୍ବରୁ ପ୍ରଦାନ କରା ଯାଇଥିବା ପାଣ୍ଠିର ଉପଯୋଗ ଇତ୍ୟାଦି ନେଇ ପ୍ରକଳ୍ପ ଗୁଡିକ ଅନୁମୋଦିତ ହୋଇଛି।ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଅଧୀନରେ ବିକାଶ ପାଇଁ ସ୍ୱଦେଶ ଦର୍ଶନ ଯୋଜନାକୁ ଏସ୍‌ଡି ୨.୦ରେ ନୂତନ ରୂପରେଖ ଦିଆଯାଇଛି ତଥା ଦ୍ୱାରକାର ଏସ୍‌ଡି ୨.୦ ଅନୁସାରେ ବିକାଶ ନିମନ୍ତେ ଚୟନ କରାଯାଇଛି ।

ଗୁରୁବାର ରାଜ୍ୟସଭାରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର – ପୂର୍ବାଂଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଥିଲେ।

Comments are closed.