www.samajalive.in
Monday, December 8, 2025
16.1 C
Bhubaneswar

ମାଇକ୍ରୋସଫ୍ଟ ସରଫେସ୍‍ ପ୍ରୋ-୬, ସରଫେସ୍‍ ଲାପଟପ୍‍-୨ର ବଜାର ପ୍ରବେଶ

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ କମ୍ପାନୀ ଦୁଇଟି ନୂଆ ଲାପଟପ୍‍ ଲଞ୍ଚ କରିଛି। ଯାହାର ନାମ ଲାପଟପ୍‍ ସରଫେସ୍‍ ପ୍ରୋ-୬ ଏବଂ ସରଫେସ୍‍ ଲାପଟପ୍‍-୨। ଏହି ଦୁଇଟି ଲାପଟପର ବିକ୍ରି ଭାରତରେ ଫ୍ଲିପକାର୍ଟ ଏବଂ ଅମାଜନରେ ଆରମ୍ଭ ହୋଇ ସାରିଛି। ଅନଲାଇନ୍‍ ବ୍ୟତୀତ ଉଭୟ ଲାପଟପ୍‍କୁ କ୍ରୋମା, ରିଲାଏନ୍ସ ଏବଂ ବିଜୟ ଷ୍ଟୋର ଭଳି ଅଫଲାଇନ ଷ୍ଟୋରରୁ ମଧ୍ୟ କିଣିପାରିବେ।

courtesy-cnet

ମାଇକ୍ରୋସଫ୍ଟ ସରଫେସ ପ୍ରୋ-୬ର ମୂଲ୍ୟ ଏବଂ ବିଶେଷତ୍ୱ
ଏଥିରେ କମ୍ପାନୀର ହାଇବ୍ରିଡ୍‍ ୱିଣ୍ଡେଜ୍‍ ୧୦, ଅକ୍‍ଟିକଲ କି-ବୋର୍ଡ ଏବଂ ୧୨.୩ଇଞ୍ଚର ପିକ୍ସଲ ସେନ୍ସ ଟଚ୍‍ ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ ୨୭୩୬/୧୮୨୪ପିକ୍ସଲ ରହିଛି। ଏହି ଲାପଟପ୍‍ରେ ୮ମ ଜେନେରେସନର ଇଣ୍ଟେଲ ୟୁ ସିରିଜ ସିପିୟୁ, ୮ଜିବି/୧୬ଜିବି ରାମ, ୟୁଏସବି ଗ୍ରାଫିକ୍ସ-୬୩୦ ଏବଂ ୧ଟିବି ପର୍ଯ୍ୟନ୍ତ ଷ୍ଟୋରେଜ ମିଳିବ। ଏହାବ୍ୟତୀତ ଲାପଟପ୍‍ରେ ଆପଣଙ୍କୁ ୟୁଏସବି ୩.୦ପୋର୍ଟ, ମିନି ଡିସପ୍ଲେ ପୋର୍ଟ, ୩.୫ଏମ୍‍ଏମର ଅଡିଓ ଜ୍ୟାକ୍‍ ଏବଂ ମାଇକ୍ରୋ ଏସଡି କାର୍ଡ ରିଡର ଦିଆଯାଇଛି। ମାଇକ୍ରୋସଫ୍ଟ ସରଫେସ୍‍ ପ୍ରୋ-୬ର ମୂଲ୍ୟ ୮୩,୯୯୯ଟଙ୍କା।

- Advertisement -
courtesy-ndtv gadgets

ମାଇକ୍ରୋସଫ୍ଟ ସରଫେସ୍‍ ଲାପଟପ-୨ର ମୂଲ୍ୟ ଏବଂ ବିଶେଷତ୍ୱ
ମାଇକ୍ରୋସଫ୍ଟ ସରଫେସ୍‍ ଲାପଟପ୍‍-୨ରେ ମଧ୍ୟ ଇଣ୍ଟେଲର ୮ମ ଜେନେରେସନର କୋର ଆଇ-୭ ଏବଂ କୋର ଆଇ-୫ ପ୍ରୋସେସର ରହିଛି। ଏଥିରେ ୧୩.୫ଇଞ୍ଚର ପିକ୍ସଲ ଲେନ୍ସ ଟଚ୍‍ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍‍ ୨୨୫୬/୧୫୦୪। ଏହି ଲାପଟପର ଓଜନ ୧.୨୮ କିଲୋଗ୍ରାମ ଏବଂ ଏହାକୁ ଥରେ ଚାର୍ଜ କଲେ ଏହା ୧୪.୫ଘଣ୍ଟା ଚାର୍ଜ ରଖିବାରେ କ୍ଷମତା ରଖିଥାଏ। ଏହି ଲାପଟପ୍‍ ମଧ୍ୟ ୮ଜିବ/୧୬ଜିବି ରାମ ଏବଂ ୧୨୮ ଜିବି, ୨୫୬ ଜିବି, ୫୧୨ଜିବି କିମ୍ବା ୧ଟିବି ଷ୍ଟୋରେଜ ମୂଲ୍ୟରେ କିଣିପାରିବେ। ଏଥିରେ ୟୁଏସବି ୩.୦ପୋର୍ଟ, ମିନି ଡିସପ୍ଲେ ପୋର୍ଟ, ୩.୫ଏମ୍‍ଏମର ଅଡିଓ ଜ୍ୟାକ୍‍ ଏବଂ ମାଇକ୍ରୋ ଏସଡିକାର୍ଡ ରିଡର ରହିଛି। ମାଇକ୍ରୋସଫ୍ଟ ସରଫେସ୍‍ ପ୍ରୋ-୬ର ମୂଲ୍ୟ ୯୧,୯୯୯ଟଙ୍କା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories