ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ମହାସଂଘର ଦାବିପତ୍ର ପ୍ରଦାନ
ଅଗଷ୍ଟ ୧୬ରୁ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ
କଟକ : ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଆଗାମୀ ୧୬ ତାରିଖରେ ରାଜ୍ୟ ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାରେ ଜିଲ୍ଲା ସଂଘ ସାମିଲ ହେବା ସହିତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷିକା ମାନେ ଛୁଟିରେ ରହିବେ ବୋଲି ଶୁକ୍ରବାର ୩ ଦଫା ସମ୍ମିଳୀତ ଦାବି ପତ୍ର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷାସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସକ୍ୟାଡର ଉଚ୍ଛେଦ କରିବା, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ, ସମସ୍ତବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ’ ୪୨୦୦ ଅନୁଯାୟୀ ପ୍ରଦାନ, ଏବଂ ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃପ୍ରଚଳନ କରିବା ପାଇଁ ଦାବି କରାଯାଇଛି।
ଏହି କ୍ରମରେ ଜିଲ୍ଲା ସଂଘ ପକ୍ଷରୁ ଶୁକ୍ରବାର କଟକ ସ୍ଥିତ ନଣ୍ଡା ଦେଉଳ ଠାରେ ନିଖିଳ ଉତ୍କଳ ମହାସଂଘ ଏବଂ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ଏନପିଏସ) ବୈଠକ ଅନୁଷ୍ଠିତ ହେବା ସହିତ ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରାଯାଇଛି । ସଭାପତି ମନୋଜ କୁମାର ସ୍ୱାଇଁ ଏବଂ ସଂପାଦକ ବିଶ୍ୱ ମୋହନ ମିଶ୍ର ଏବଂ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ଏନପିଏସ)ର ସଭାପତି ଶଙ୍କର୍ଷଣ ବେହେରା ଏବଂ ସଂପାଦକ ଚାରୁ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲା କର୍ମକର୍ତ୍ତା ଏବଂ ବ୍ଳକର ସଭାପତି, ସଂପାଦକଙ୍କ ସମେତ କର୍ମକର୍ତ୍ତା ମାନେ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଡେପୁଟି କଲେକ୍ଟର ଉମାକାନ୍ତ ରାଜଙ୍କୁ ଉକ୍ତ ୩ ଦଫା ସମ୍ମିଳିତ ଦାବି ପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
ସେହିଭଳି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଯାଇ ଜଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ବିଦ୍ୟାଳୟର ସମସ୍ତ ଗର୍ବର ଶିକ୍ଷକ ଶିକ୍ଷିକା ମାନେ ଛୁଟିରେ ରହୁଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢାରେ ବ୍ୟାଘାତ ପାଇଁ ସରକାର ସମ୍ପୁର୍ଣ୍ଣ ଭାହେ ଦାୟୀ ରହିବେ ବୋଲି ସଂପାଦକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଆଜିର ଏହି ଆନ୍ଦୋଳନରେ ଜିଲ୍ଲା ୧୪ ଗୋଟି ବ୍ଳକ ଏବଂ ମୁନିସପାଲିଟି ସମେତ ସମସ୍ତ ସଂଘର ସଭାପତି ସଂପାଦକ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ବୋଲି ସଂପାଦକ ଶ୍ରୀ ବେହେରା ସୁଚନା ଦେଇଛନ୍ତି ।
Comments are closed.