BJD Bijuli 480×75 Mob

ସିନେଜଗତରେ ପାଦ ଥାପିବେ ଏହି କଳାକାରଙ୍କ ପତ୍ନୀ, ଜାଣନ୍ତୁ ସେ କିଏ ?

BJD Bijuli 480×75 Mob
0

୨୦୧୫ରେ ମୀରା ରାଜପୁତ୍ ମୁହଁଟି ବଲିଉଡରେ ଚର୍ଚ୍ଚା ପରିସରକୁ ଆସିଥିଲା। ତେବେ ଜଣେ ଅଭିନେତ୍ରୀ ଭାବେ ନୁହେଁ, ବରଂ ଅଭିନେତାଙ୍କ ସୁନ୍ଦରୀ ପତ୍ନୀ ଭାବେ ତାଙ୍କର ମଧ୍ୟ ଫ୍ୟାନ୍ କ୍ଲବ୍ ପ୍ରତିଷ୍ଠା ହୋଇଥିଲା କହିଲେ ଚଳେ। ହାଇଦର୍ କଳାକାର ଶାହିଦ କପୁରଙ୍କ ଧର୍ମପତ୍ନୀ ହେଉଛନ୍ତି ମୀରା। ଜୁଲାଇ ୭, ୨୦୧୫ରେ ଗୁରୁଗାଓଁରେ ଦୁହିଁଙ୍କ ବର୍ଣ୍ଣାଢ଼୍ୟ ବିବାହ ସମ୍ପନ୍ନ ହୋଇଥିଲା। ଇତିମଧ୍ୟରେ ଦୁହେଁ କନ୍ୟାସନ୍ତାନ ମିଶାର ପିତାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। କିଛି ମାସ ହେବ ଶୁଣାଯାଉଥିଲା ଯେ ମୀରା ବଲିଉଡରେ ଶୀଘ୍ର ପାଦ ଥାପିବେ।

ହେଲେ ଖବରର ସତ୍ୟତା ଜଣାପଡ଼ୁନଥିଲା। ତେବେ ମୀରାଙ୍କ ଘନିଷ୍ଠ ବନ୍ଧୁ ଏ ଖବରର ସତ୍ୟତା ପ୍ରକାଶ କରିଛନ୍ତି। ନାମୀ ନିର୍ଦେଶକ ସଞ୍ଜୟ ଲୀଳା ଭଁସାଲୀଙ୍କ ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କାମ କରିବେ ମୀରା। ଚଳିତ ବର୍ଷ ଶେଷ ଭାଗରେ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେବ ଓ ୨୦୧୯ ସୁଦ୍ଧା ମୁକ୍ତିଲାଭ ହେବାର ଯୋଜନା ରହିଛି। ମୀରା ଏବେ ରୀତିମତ ଜିମ୍ ଯିବା ସହ ଯୋଗ, ପ୍ରାଣାୟାମ କରି ନିଜ ସ୍ବାସ୍ଥ୍ୟର ଯତ୍ନ ନେବାରେ ଆଦୌ ହେଳା କରୁନାହାନ୍ତି। ମୀରା ପାଦ ଥାପିବା ପରେ ବଲିଉଡରେ ଅଭିନେତ୍ରୀଙ୍କ କଡ଼ା ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହେବ ବୋଲି ସମୀକ୍ଷକଙ୍କ ଭବିଷ୍ୟବାଣୀ।

Leave A Reply