ବିନା ପାଣିରେ ଔଷଧ ଖାଆନ୍ତୁ ନାହିଁ , ହୋଇଥାଏ ବହୁତ କ୍ଷତିକାରକ

0

ସାଧାରଣତଃ ଔଷଧ ଖାଇବାକୁ କେହି ଭଲପାଆନ୍ତି ନାହିଁ। ହେଲେ କିଛି ଲୋକ ଅଛନ୍ତି ଯେଉଁମାନେ ବିନା ପାଣିରେ ଔଷଧ ଖାଇଥା’ନ୍ତି। ଯଦି ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ତେବେ ସାବଧାନ ହୋଇଯାଆନ୍ତୁ। ଆପଣଙ୍କର ଏହି ଅଭ୍ୟାସ ରୋଗ ଦୂର କରିବା ପରିବର୍ତ୍ତେ ଶରୀର ପାଇଁ କ୍ଷତିକାରକ ହୋଇପାରେ।
ବିନା ପାଣିରେ ଔଷଧ ଖାଇବା ଦ୍ୱାରା ଶରୀରର ଏହିସବୁ କ୍ଷତି ହୋଇଥାଏ :
୧. ବିନା ପାଣିରେ ଔଷଧ ଖାଇବା ଦ୍ୱାରା ଖାଦ୍ୟନଳୀର କ୍ଷତି ହୋଇଥାଏ। ଏହି କାରଣରୁ ଔଷଧ ଢୋକିବା ସମୟରେ ବେଳେବେଳେ ଆଖିରୁ ଲୁହ ବାହାରି ଆସିଥାଏ।
୨. ବିନା ପାଣିରେ ଔଷଧ ଖାଇବା ଦ୍ୱାରା ଗଳା ପୋଡ଼ିବା ପରି ଅନୁଭବ ହୋଇପାରେ। ଏହା ବ୍ୟତୀତ ଛାତିରେ ମଧ୍ୟ ଯନ୍ତ୍ରଣା ହୁଏ। ଏହା ବଟିକାର ଆକାର ଉପରେ ନିର୍ଭର କରିଥାଏ।
୩. ଆମ ଖାଦ୍ୟନଳୀ ବହୁତ ସୂକ୍ଷ୍ମ ହୋଇଥାଏ। ଯଦି ବଟିକା ଖାଦ୍ୟନଳୀରେ ଅଟକି ଯାଏ ତେବେ ଏହା କ୍ଷତିକାରକ ହୋଇଥାଏ। ଗଳାରେ ହଠାତ୍‍ ବହୁ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ, ଯଦ୍ୱାରା ଶ୍ୱାସକ୍ରିୟାରେ ମଧ୍ୟ ବାଧା ଉପୁଜିଥାଏ।
୪. ସବୁବେଳେ ବିନା ପାଣିରେ ଔଷଧ ଖାଇବା ଦ୍ୱାରା ଖାଦ୍ୟନଳୀରେ ଅଲ୍ସର୍‍ ହେବାର ସମ୍ଭାବନା ଅଧିକ ଥାଏ। ତୁର୍କୀରେ ହୋଇଥିବା ଏକ ଗବେଷଣା ଅନୁସାରେ, ଏହିପରି ଔଷଧ ଖାଇବା ଦ୍ୱାରା ଖାଦ୍ୟନଳୀରେ ଅଲ୍ସର୍‍ ହୋଇପାରେ। କେବଳ ସେତିକି ନୁହେଁ ଚୋବେଇ କରି ଖାଉଥିବା ଭିଟାମିନ୍‍ ସି ବଟିକା ଦ୍ୱାରା ମଧ୍ୟ ଗଳାର ବହୁ କ୍ଷତି ହୋଇଥାଏ।
କ’ଣ କରିବା ଆବଶ୍ୟକ :
– ଔଷଧକୁ ସବୁବେଳେ ଅତି କମ୍‍ରେ ଗୋଟିଏ ଗ୍ଲାସ ପାଣି ସହ ଖାଆନ୍ତୁ।
– ଦିନକୁ ଅତି କମ୍‍ରେ ୮ ଗ୍ଲାସ ପାଣି ପିଅନ୍ତୁ। ଏହାଦ୍ୱାରା ଗଳାର କୌଣସି କ୍ଷତି ହୋଇନଥାଏ।
– ଔଷଧ ସବୁବେଳେ ଠିଆ ହୋଇ କିମ୍ବା ବସି ଖାଆନ୍ତୁ , ଶୋଇକରି କେବେହେଲେ ଔଷଧ ଖାଆନ୍ତୁ ନାହିଁ।

kalyan agarbati
Leave A Reply