www.samajalive.in
Wednesday, December 10, 2025
17.1 C
Bhubaneswar

ସୋମବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି(ସୋମବାର) ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଅଧିକାରିକ େଓ୍ଵବସାଇଟ orissaresults.nic.in କିମ୍ବା bseodisha.nic.in ରେ ଯାଇ ଦେଖି ପାରିବେ। ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ୧୦ଶ୍ରେଣୀ ପରୀକ୍ଷା ଫଳ ମଇ ୨୦ ସୋମବାର ୯.୩୦ ଘଟିକାରେ ଜାରି କରିବାର ସୂଚନା ରହିଛି। ଗତବର୍ଷ ମଇ ୭ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ମାଧ୍ୟମିକ ଶିକ୍ଷା ବୋର୍ଡର ୧୦ମ ପରୀକ୍ଷା ୨୦୧୯ ମାର୍ଚ୍ଚ ୨ରେ ଶେଷ ହୋଇଥିଲା।

Pic courtesy : hindustantimes.com

ବିଦ୍ୟାର୍ଥୀମାନେ ମୋବାଇଲ ଫୋନରେ ମେସେଜ କରି ମଧ୍ୟ ପରୀକ୍ଷାଫଳ ଜାଣିପାରିବେ। ତେବେ ଛାତ୍ରଛାତ୍ରୀଙ୍କୁ RESULT<space>ROLLNO ଲେଖି ୫୬୨୬୩କୁ ସେଣ୍ଡ କରିବାକୁ ପଡ଼ିବ।

- Advertisement -

ଏହିପରି ଜାଣନ୍ତୁ ପରୀକ୍ଷା ଫଳ

୧. ଛାତ୍ରଛାତ୍ରୀ ପ୍ରଥମେ ନିଜ ପରୀକ୍ଷା ଫଳ ଦେଖିବା ପାଇଁ orissaresults.nic.in, bseodisha.nic.in  ​‌ୱେବସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

୨. ୱେବସାଇଟ୍‌ରେ ଲଗଇନ୍‌ କରିବା ପାଇଁ ଆପଣଙ୍କୁ ରେଜଲ୍ଟର ଲିଙ୍କ୍‌ ଦେଖାଇବ। ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।
୩. ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପରେ ନିଜ ରୋଲ ନମ୍ବର ଦିଅନ୍ତୁ।
୪.ଏହାପରେ ଆପଣଙ୍କ ପରୀକ୍ଷା ଫଳ ନିଜ ସ୍କ୍ରିନ୍‌ରେ ଆସିଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories