www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ସକାଳ ୯ଟାରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଫଳାଫଳ ଘୋଷଣା କରିବେ। ପୂର୍ବାହ୍ଣ ୧୧ଟାରେ ୱେବସାଇଟ୍‍ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ବୋର୍ଡର ୱେବସାଇଟ୍‍ www.bseodisha.ac.in ଓ www.bseodisha.nic.inରୁ ପରୀକ୍ଷାର୍ଥୀମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ। ଇଣ୍ଟରନେଟ ସୁବିଧା ନଥିବା ଅଞ୍ଚଳରେ ଛାତ୍ରଛାତ୍ରୀମାନେ ମୋବାଇଲରୁ ଏସ୍‍ଏମ୍‍ଏସ୍‍ ଜରିଆରେ ମଧ୍ୟ ପରୀକ୍ଷା ଫଳ ପାଇପାରିବେ। ଏଥିପାଇଁ ମୋବାଇଲ୍‍ର ମେସେଜ ବକ୍ସରେ OR01 ପରେ ଏକ space ଦେଇ ନିଜ Roll No. ଲେଖି ୫୬୭୬୫୦କୁ ପଠାଇବେ। ତତ୍‍ପରେ ମୋବାଇଲରେ ଫଳ ଆପେ ଆସିଯିବ। ପରୀକ୍ଷାଫଳ ସମ୍ପର୍କୀତ କୌଣସି ସମସ୍ୟାର ସମାଧାନ ପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ମଙ୍ଗଳବାରଠାରୁ ୧୦ ଦିନ ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ବୋର୍ଡ ପକ୍ଷରୁ ଦୁଇଟି ମୋବାଇଲ୍‍ ନମ୍ବର ୦୬୭୧- ୨୪୧୨୦୫୯, ୨୪୧୨୦୬୦ରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ସେମାନଙ୍କ ପ୍ରଶ୍ନ ବୋର୍ଡକୁ ପଚାରିପାରିବେ। ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀଙ୍କ ଓଏମ୍‍ଆର୍‍ ସିଟ୍‍ ୱେବସାଇଟ୍‍ରେ ଉପଲବ୍ଧ କରାଯିବ ବୋଲି ବୋର୍ଡ ସଭାପତି ଡ. ଜାହାନ୍‍ ଆରା ବେଗମ୍‍ ସୋମବାର ପୂର୍ବାହ୍ଣରେ ବୋର୍ଡ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୋର୍ଡ ସମ୍ପାଦକ ରାମାଶିଷ ହାଜରା ଓ ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ଉକ୍ତ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories