www.samajalive.in
Sunday, December 7, 2025
14.1 C
Bhubaneswar

ଇଲେକ୍ଟ୍ରିକ୍‌ କାର୍‌ କିଣିବାକୁ ଯୋଜନା କରୁଛନ୍ତି କି? ଆସୁଛି ୩ ଦମ୍‌ଦାର୍‌ ମଡେଲ

ଡେସ୍କ: ଧିରେ ଧିରେ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ବୈଦ୍ୟୁତିକ କାର୍‌କୁ ନେଇ ଚାହିଦା ବୃଦ୍ଧି ପାଉଛି। ଗତ କିଛି ବର୍ଷ ମଧ୍ୟରେ ବୈଦ୍ୟୁତିକ କାର୍‌ ବିକ୍ରିରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ଭାରତୀୟ ବୈଦ୍ୟୁତିକ କାର୍ ବଜାରରେ ଟାଟା ମୋଟର୍ସ ଏବେ ବି ସମ୍ପୂର୍ଣ୍ଣ ଭାବେ ପ୍ରାଧାନ୍ୟ ବିସ୍ତାର କରି ରହିଛି। କେବଳ ଟାଟା ମୋଟର୍ସ ଏହି ବିଭାଗରେ ୭୫ ପ୍ରତିଶତରୁ ଅଧିକ କାର ବିକ୍ରି କରେ। ଏହି କ୍ରମରେ ଆସନ୍ତା ବର୍ଷରେ ୩ଟି ନୂଆ ବୈଦ୍ୟୁତିକ କାର୍ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି। ଆସନ୍ତୁ ଜାଣିବା ଏହି ୩ ଇଲେକ୍ଟ୍ରିକ୍‌ କାର ବିଷୟରେ –

ଟାଟା ଅଲ୍‌ଟ୍ରୋଜ୍‌ ଇଭି: ଯଦି ଆପଣ ଏକ ଶସ୍ତା ଇଲେକ୍ଟ୍ରିକ୍‌ କାର କିଣିବାକୁ ଯୋଜନା କରୁଛନ୍ତି ତେବେ ଟାଟା ଅଲ୍‌ଟ୍ରୋଜ୍‌ ଇଭି ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇପାରେ। ଟାଟା ଅଲ୍‌ଟ୍ରୋଜ୍‌ ଇଭିକୁ କମ୍ପାନୀ ୨୦୨୫ରେ ଲଞ୍ଚ୍‌ କରିବ। ଏଥିରେ ଜବରଦସ୍ତ ଇଣ୍ଟେରିୟର ସହ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ମିଳିବ। ଆଗାମୀ ଇଲେକ୍ଟ୍ରିକ୍ କାରରେ ୨୫କେଡବ୍ଲ୍ୟୁଏଚରୁ ୩୫କେଡବ୍ଲ୍ୟୁଏଚର ବ୍ୟାଟେରୀ ପ୍ୟାକ୍ ରହିପାରେ, ଯାହା ୩୦୦ ରୁ ୪୨୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ୍‌ ଦେବ।

- Advertisement -

ରେନଲ୍ଟ କ୍ୱିଡ୍‌ ଇଭି: ଭାରତୀୟ ବଜାରରେ ରେନଲ୍ଟ କ୍ୱିଡ୍‌ ଏକ ଲୋକପ୍ରିୟ ଗାଡ଼ି। ଏବେ କମ୍ପାନୀ ଏହି କାର୍‌ର ଇଲେକ୍ଟ୍ରିକ୍‌ ଭେରିଏଣ୍ଟ ବଜାରରେ ଲଞ୍ଚ୍‌ କରିବାକୁ ଯାଉଛି। ରେନଲ୍ଟ କ୍ବିଡ୍‌ ଇଭିରେ ୨୬.୮କେଡବ୍ଲ୍ୟୁଏଚର ବ୍ୟାଟେରୀ ଦିଆଯାଇପାରେ, ଯାହା ୨୩୦ କିଲୋମିଟର ରେଞ୍ଜ୍‌ ପ୍ରଦାନ କରିବ। ରେନଲ୍ଟ କ୍ୱିଡ୍‌ ବଜାରରେ ଟାଟା ଟିଆଗୋ ଇଭି ଏବଂ ଏମଜି କମେଟକୁ ଟକ୍କର ଦେବ।

ମାରୁତି ସୁଜୁକି ଇଲେକ୍ଟ୍ରିକ୍‌: ଭାରତୀୟ ବଜାରରେ ମାରୁତି ସୁଜୁକି ସର୍ବାଧିକ ସଂଖ୍ୟକ କାର ବିକ୍ରି କରେ। ମାରୁତି ସୁଜୁକିର ICE ଏବଂ ସିଏନଜି ସେଗମେଣ୍ଟ କାରରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି। ତେବେ କମ୍ପାନୀ ଏପର୍ଯ୍ୟନ୍ତ ବୈଦ୍ୟୁତିକ କ୍ଷେତ୍ରରେ ପ୍ରବେଶ କରିନାହିଁ। ଏବେ ମାରୁତି ସୁଜୁକି ୨୦୨୫ରେ ଏହାର ପ୍ରଥମ ବୈଦ୍ୟୁତିକ କାର୍‌ ବଜାରକୁ ଆଣିବାକୁ ପ୍ରସ୍ତୁତି ଚଳାଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories