www.samajalive.in
Monday, December 15, 2025
24.1 C
Bhubaneswar

ଅକ୍ଷୟ କୁମାର କିଣିଲେ ନୂଆ ବିଳାସପୂର୍ଣ୍ଣ ଗାଡ଼ି, ଫେଲ୍ ମାରିବ ୫ ତାରକା ହୋଟେଲ

ସମାଜ ଡିଜିଟାଲ ଡେସ୍କ: ଚଳଚ୍ଚିତ୍ର ତାରକାମାନଙ୍କର ବିଳାସପୂର୍ଣ୍ଣ କାର୍‌ର ବହୁତ ସଉକ ଥାଏ। ନିକଟରେ ଅନେକ ବଡ଼ କଳାକାର ଲେକ୍ସସ୍ ଏବଂ ଟୋୟୋଟାର ପ୍ରିମିୟମ୍ ଏମପିଭି କିଣିଛନ୍ତି, ଯେଉଁଥିରେ ଅମୀର ଖାନଙ୍କଠାରୁ ଆରମ୍ଭ କରି ରଣବୀର କପୁରଙ୍କ ଭଳି ସେଲିବ୍ରିଟିଙ୍କ ନାମ ସାମିଲ ଅଛି। ଏବେ ଅକ୍ଷୟ କୁମାର ମଧ୍ୟ ଏଥିରେ ସାମିଲ ହୋଇ ଯାଇଛନ୍ତି, କାରଣ ସେ ନିଜ ପାଇଁ ଟୋୟୋଟାର ଅଲ୍ଟ୍ରା ଲଗ୍‌ଜରୀ ଏମପିଭି ଭେଲଫାୟର କିଣିଛନ୍ତି। ଏହି ଗାଡ଼ିର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ବିଳାସପୂର୍ଣ୍ଣ ଏମପିଭି ଭିତରେ ବସିଲେ କୌଣସି ୭ ତାରକା ହୋଟେଲ କିମ୍ବା ପ୍ରାସାଦ ଭିତରେ ବସିବା ଭଳି ଅନୁଭବ ହୁଏ, କାରଣ ଏଥିରେ ଅଦ୍ଭୁତ ଆରାମ ଏବଂ ବିଳାସପୂର୍ଣ୍ଣ ଫିଚର ରହିଛି।

- Advertisement -

ଅକ୍ଷୟ କୁମାରଙ୍କ ନୂଆ ଟୋୟୋଟା ଭେଲଫାୟର ବିଷୟରେ ବିସ୍ତୃତ ଭାବରେ କହିବାକୁ ଗଲେ, ୪.୯୯ ମିଟର ଲମ୍ବା ଏହି ବିଳାସପୂର୍ଣ୍ଣ ଏମପିଭିର ଚଉଡ଼ା ୧୮୫୦ ଏମଏମ, ଉଚ୍ଚତା ୧୯୫୦ ଏମଏମ ଏବଂ ହ୍ୱିଲ୍ ବେସ୍ ୩୦୦୦ ମିଲିମିଟର। ଭେଲଫାୟରର ବାହ୍ୟ ଗଠନ ବିଷୟରେ କହିବାକୁ ଗଲେ, ଏହାର ଆଗରେ ବଡ଼ ଗ୍ରିଲ୍‌, ସମ୍ପୂର୍ଣ୍ଣ ଗାଡ଼ିରେ ବଡ଼ କାଚ ଅଂଶ, ବିଭିନ୍ନ ସ୍ଥାନରେ କ୍ରୋମ୍ ଗାର୍ନିସ୍, ଏଲଇଡି ହେଡ୍ଲ୍ୟାମ୍ପ ଓ ଟେଲ୍ଲ୍ୟାମ୍ପ, କନେକ୍ଟିଙ୍ଗ୍ ଏଲଇଡି ବାର୍, ୧୯ ଇଞ୍ଚର ଡୁଆଲ୍ ଟୋନ୍ ଆଲୟ ଚକ ସହିତ ଅନେକ ଆକର୍ଷଣୀୟ ଫିଚର ରହିଛି। ଦେଖିବାକୁ ଖୁବ୍ ଚମତ୍କାର ହୋଇଥିବା ଏହି ଗାଡିବ ଲୋକଙ୍କୁ ବେଶ୍‌ ଆକର୍ଷିତ କରିଛି।

ଜବରଦସ୍ତ ଫିଚର:

ଟୋୟୋଟା ଭେଲଫାୟରର ଭିତର ସାଜସଜ୍ଜା ଏବଂ ଫିଚର ବିଷୟରେ କହିବାକୁ ଗଲେ, ଏଥିରେ ଆଧୁନିକ ଇଣ୍ଟେରିୟର ଓ ଡ୍ୟାସବୋର୍ଡ, ଆମ୍ବିଏଣ୍ଟ୍ ଲାଇଟିଙ୍ଗ୍, ୧୪ ଇଞ୍ଚର ଟଚ୍ ସ୍କ୍ରିନ୍ ଇନ୍ଫୋଟେନମେଣ୍ଟ ସିଷ୍ଟମ୍, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ଭେଣ୍ଟିଲେଟେଡ୍ ଓ ହିଟେଡ୍ ସିଟ୍, ବୈଦୁତିକ ନିୟନ୍ତ୍ରିତ ଷ୍ଟିଅରିଂ ହ୍ବିଲ୍, ରୁଫ୍‌ ମାଉଣ୍ଟେଡ୍‌ ଏଣ୍ଟରଟେନମେଣ୍ଟ, ସିଟ୍‌ରେ ରିକ୍ଲାଇନିଙ୍ଗ୍‌ ଫଙ୍କସନ୍, ୩୬୦ ଡିଗ୍ରୀ କ୍ୟାମେରା ଏବଂ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ସମେତ ଅନେକ ବୈଶିଷ୍ଟ୍ୟ ଉପଲବ୍ଧ। ଟୋୟୋଟା ଭେଲଫାୟର ଭିତରେ ରାଜା ମହାରାଜା ଭଳି ଅନୁଭବ ହୋଇଥାଏ।

ଟୋୟୋଟା ଭେଲଫାୟରରେ ୨.୫ ଲିଟରର ୪-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ରହିଛି, ଯାହା ଶକ୍ତିଶାଳୀ ହାଇବ୍ରିଡ ସିଷ୍ଟମ ସହ ସଜ୍ଜିତ। ଏହି ଇଞ୍ଜିନ୍ ୧୯୩ ପିଏସ ଶକ୍ତି ଏବଂ ୨୪୦ ନ୍ୟୁଟନ୍ ମିଟରର ପିକ୍ ଟର୍କ ଜେନେରେଟ୍ କରିଥାଏ। ଭେଲଫାୟର ଇ-ସିଭିଟି ଗିୟରବକ୍ସ ଉପଲବ୍ଧ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories