www.samajalive.in
Saturday, December 6, 2025
26.1 C
Bhubaneswar

ଭରତପୁର ମାମଲା: ଘଟଣାସ୍ଥଳକୁ ଯିବେ ତଦନ୍ତ କମିଶନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ଭରତପୁର ମାମଲାରେ ଘଟଣାସ୍ଥଳ ପରିଦର୍ଶନ କରିବେ ତଦନ୍ତ କମିଶନ। ଆସନ୍ତା ୧୯ ତାରିଖ ଅପରାହ୍ନ ୩ଟାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଉଭୟ ଘଟଣାସ୍ଥଳ ଭରତପୁର ଥାନା ଏବଂ ଛାତ୍ରମାନଙ୍କ ସହିତ ହୋଇଥିବା ଗଣ୍ଡଗୋଳ ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିବେ। ଏହା ପରେ ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ଗୁରୁବାର କମିଶନ ମାମଲାର ଶୁଣାଣି କରିଥିଲେ। ଅଭିଯୋଗକାରୀ ପୀଡ଼ିତା ଏବଂ ତାଙ୍କ ବନ୍ଧୁ ତଥା ସେନା ଅଧିକାରୀ କମିଶନଙ୍କ ନିକଟରେ ହାଜର ହୋଇଥିଲେ। ଏହି ମାମଲାରେ କମିଶନ ୧୬ ଜଣଙ୍କୁ ହାଜର ହେବା ଲାଗି ସମନ ଜାରି କରିଥିଲେ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ଭରତପୁର ଅଞ୍ଚଳରେ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ କାର ଅଟକାଇ କିଛି ଛାତ୍ର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରି କି ସେମାନେ ଉଭୟ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ପୀଡ଼ିତା ଏବଂ ତାଙ୍କ ବନ୍ଧୁ ତଥା ସେନା ଅଧିକାରୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସେଠାରେ ମଧ୍ୟ ସେମାନଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ଥାନାର କିଛି କର୍ମଚାରୀ ଯୁବତୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। ଏହି ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ଦୀନବନ୍ଧୁ ମିଶ୍ର ଏବଂ ଅନ୍ୟ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଜଷ୍ଟିସ ଚିତ୍ତରଞ୍ଜନ ଦାସ ଏହି ଘଟଣାର ତଦନ୍ତ କରୁଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories