www.samajalive.in
Monday, December 15, 2025
26.1 C
Bhubaneswar

ଡିସେମ୍ବର ୮ରୁ ଚାଷୀଙ୍କୁ ମିଳିବ ୮ ଶହ ଟଙ୍କା- ଖାଦ୍ୟ ଯୋଗାଣ ମନ୍ତ୍ରୀ..

ଭୁବନେଶ୍ୱର : ଡିସେମ୍ବର ୮ ତାରିଖରୁ ଚାଷୀଙ୍କୁ ମିଳିବ ଇନପୁଟ ସବ୍‌ସିଡି । ବରଗଡ ସୋହେଲାରେ ଚାଷୀ ସମାବେଶରେ ଦିଆଯିବ ସବ୍‌ସିଡି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗୁରୁବାର ଏହି ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦ ତାରିଖରୁ ବରଗଡ ଜିଲାରୁ ଧାନ କିଣା ଆରମ୍ଭ ହେବ । ରାଜ୍ୟ ସରକାର ଦେବାକୁ ଥିବା ୮ ଶହ ଟଙ୍କା ୮ ତାରିଖରୁ ଦେବା ଆରମ୍ଭ ହେବ ।୨୦ ତାରିଖରୁ ଯେଉଁମାନେ ଧାନ ଦେଇଥିବେ, ୮ରେ ସବ୍‌ସିଡି ଟଙ୍କା ପାଇବେ । କେନ୍ଦ୍ରର ୨୩ ଶହ ଟଙ୍କା ଗୋଟିଏ ଆକାଉଣ୍ଟରୁ, ରାଜ୍ୟ ଟଙ୍କା ଅନ୍ୟ ଆକାଉଣ୍ଟରୁ ଯିବ । ୮ ତାରିଖ ପରେ ଚାଷୀମାନେ ସବ୍‌ସିଡି ଟଙ୍କା ୪୮ ଘଣ୍ଟା ମଧ୍ୟରେ ପାଇଯିବେ । ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକନ ଅବଧି ମାସେ ରହିବ । ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି, ଆଉ ୭ ଦିନ ବଢାଇ ପାରିବେ । ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଜାଣନ୍ତୁ.. ହ୍ୱାଟ୍ସଆପ୍‌ ଆଣିଲା ଜବରଦସ୍ତ ଫିଚର୍‌; ଏବେ ଚାଟ୍‌ କରିବା ହେବ ଖୁବ୍‌ ସହଜ..ମିଳିବ ଏହି ସୁବିଧା..

- Advertisement -

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories