www.samajalive.in
Saturday, December 6, 2025
16.1 C
Bhubaneswar

ପିଲାଙ୍କୁ ଭାଷଣ ଦେବାବେଳେ ଟଳିପଡ଼ିଲେ ପ୍ରଧାନଶିକ୍ଷକ

ସମାଜ ଡିଜିଟାଲ ଡେସ୍କ: ଶିଶୁ ଦିବସରେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ। ପିଲାଙ୍କୁ ଭାଷଣ ଦେଉଥିବା ବେଳେ ହଠାତ ଟଳିପଡ଼ିଲେ। ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ। ଏଭଳି ଏକ ବଡ଼ ଅଘଟଣ ଘଟିଛି ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଲ୍ଲୀବିକାଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ। ପ୍ରାଣ ହରାଇଥିବା ପ୍ରଧାନଶିକ୍ଷକଙ୍କ ନାଁ ପର୍ଶୁରାମ ଦାସ ଏବଂ ତାଙ୍କ ଘର କଟକ ଜିଲାରେ ବୋଲି ସୂଚନା ମିଳିଛି।

ଗୁରୁବାର ଶିଶୁ ଦିବସ ଅବସରରେ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଠି ଛାତ୍ରଛାତ୍ରୀମାନଙ୍କ ସହିତ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ବି ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଭାଷଣ​‌ ଦେଉଥିଲେ। ଏହି ସମୟରେ ସେ ହଠାତ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଉଚ୍ଚ ବିଦ୍ୟାଳୟ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories