www.samajalive.in
Saturday, December 6, 2025
26.1 C
Bhubaneswar

ହୁଣ୍ଡାଇ ଆଣୁଛି ନୂଆ ଇଲେକ୍ଟ୍ରିକ୍ ମାଇକ୍ରୋ କାର୍‌, ସାମ୍ନାକୁ ଆସିଲା ଫଟୋ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ କୋରିଆର ମୋଟରଯାନ ଉତ୍ପାଦନକାରୀ କମ୍ପାନୀ ହୁଣ୍ଡାଇ ମୋଟର ଏକ ନୂଆ ବୈଦ୍ୟୁତିକ କାରର କିଛି ଫଟୋ ଶେୟାର କରିଛି। କମ୍ପାନୀ ଖୁବଶୀଘ୍ର ଆଉ ଏକ ନୂଆ ଇଲେକ୍ଟ୍ରିକ୍ ମାଇକ୍ରୋ କାର୍‌ର ବଜାର ପ୍ରବେଶ କରିବାକୁ ଯାଉଛି। ଏହି କାର୍‌ର ନାମ କମ୍ପାନୀ ଇନ୍‌ଷ୍ଟର୍ ରଖିଛି। ଚଳିତ ମାସ ଶେଷରେ କୋରିଆର ବୁସାନ୍ ଇଣ୍ଟରନ୍ୟାସନାଲ ମୋଟର ଶୋ’ ୨୦୨୪ରେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ଲଞ୍ଚ୍ ହେବ। ଏହି ଅଟୋ ଶୋ’ ଜୁନ୍‌ ୨୭ରୁ ଆରମ୍ଭ ହୋଇ ଜୁଲାଇ ୭ ପର୍ଯ୍ୟନ୍ତ ଚାଲିବ। ଏହି ଶୋ’ରେ ହୁଣ୍ଡାଇ ଏହାର ନୂଆ ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବ। ବିଶ୍ଵ ସ୍ତରରେ କମ୍ପାନୀ ଏହି କାର ଲଞ୍ଚ୍ କରିବ ବୋଲି କୁହାଯାଉଛି।

Hyundai Inster ନାଁ ପଛର ରହସ୍ୟ:

- Advertisement -

କମ୍ପାନୀ ଏହି କାର୍‌ର ନାମ ଇଣ୍ଟିମେଟ୍‌ ଏବଂ ଇନୋଭେଟିଭ୍ ଶବ୍ଦରୁ ନେଇଛି। ଏହି କାର୍‌ ବର୍ତ୍ତମାନ କ୍ୟାସପର୍ ପ୍ଲାଟଫର୍ମରେ ପ୍ରସ୍ତୁତ ହୋଇପାରିବ। କମ୍ପାନୀ ଏଥିରେ ଗୋଲ୍‌ ହେଡଲାଇଟ୍ ଦେବାକୂ ଯୋଜନା ରଖିଛି। କମ୍ପାନୀ ସାମାଜିକ ଗଣମାଧ୍ୟମରେ କିଛି ଫଟୋ ଶେୟାର କରିଛି, ଯେଉଁଥିରେ କାରର ବହିର୍ଭାଗ ବିଷୟରେ ସୂଚନା ଦିଆଯାଇଛି। ତେବେ ଏହି କାର୍‌ କେବେସୁଦ୍ଧା ଲଞ୍ଚ୍‌ ହେବ ସେନେଇ କୌଣସି ଖାସ୍‌ ସୂଚନା ଦିଆଯାଇନାହିଁ। ଆଗରେ ଗୋଲ୍‌ ହେଡ୍‌ଲାଇଟ୍‌ ସହ ପିକ୍ସେଲ ଷ୍ଟାଇଲ ୭ ଏଲିମେଣ୍ଟ ଏଲଇଡି ଟର୍ନ ଇଣ୍ଡିକେଟର ମଧ୍ୟ ଦେଇଛି। କମ୍ପାନୀ ଦାବି କରିଛି ଯେ, ଏହି କାର ଗୋଟିଏ ଥର ଚାର୍ଜରେ ୩୫୫ କିଲୋମିଟର ଯାତ୍ରା କରିବ। କମ୍ପାନୀ କହିଛି ଯେ, ଏହି କାର୍ ଅନେକ ସୁରକ୍ଷା ଫିଚର୍ସ ସହିତ ବଜାର ପ୍ରବେଶ କରିବ। କେବଳ ଏତିକି ନୁହେଁ, ନୂଆ ଟେକ୍ନୋଲୋଜିଯୁକ୍ତ ଫିଚର୍ସ ଦିଆଯିବ। ତେବେ ଏହି କାରରେ ଉପଲବ୍ଧ ବ୍ୟାଟେରୀ ଏବଂ ମୋଟରର ବିଶେଷତ୍ଵ ବିଷୟରେ କମ୍ପାନୀ କୌଣସି ସୂଚନା ଦେଇନାହିଁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories