www.samajalive.in
Saturday, December 6, 2025
19.1 C
Bhubaneswar

ଚଳିତ ମାସ ଇଲେକ୍ଟ୍ରିକ୍ କାର୍ କିଣିଲେ ପାଇବେ ଜବରଦସ୍ତ ଲାଭ, ଟାଟା ଇଭି ଉପରେ ବଡ ଧରଣର ରିହାତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବଜାରରେ ଟାଟା ମୋଟର୍ସର ଅନେକ ବୈଦ୍ୟୁତିକ ଯାନ(ଇଭି) ଉପଲବ୍ଧ। କମ୍ପାନୀ ପକ୍ଷରୁ ଚଳିତ ବର୍ଷ ଜୁଲାଇ ମାସରେ ଏହାର ବୈଦ୍ୟୁତିକ କାର୍‌ ଓ ଏସୟୁଭି ଉପରେ ବଡ଼ ଧରଣର ରିହାତି ଅଫର ପ୍ରଦାନ କରାଯାଉଛି। ଆସନ୍ତୁ ଜାଣିବା କମ୍ପାନୀ କେଉଁ ବୈଦ୍ୟୁତିକ ଯାନ ଉପରେ କେତେ ରିହାତି ଦେଉଛି…

ଟାଟା ନେକ୍ସନ ଇଭି:

- Advertisement -

ଟାଟାର ନେକ୍ସନ ବୈଦ୍ୟୁତିକ ଯାନ ଉପରେ ଜୁଲାଇ ମାସରେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହୋଇପାରିବ। କମ୍ପାନୀ ପକ୍ଷରୁ ଏହି ଏସୟୁଭି ଉପରେ ଜୁଲାଇ ୨୦୨୪ରେ ସର୍ବାଧିକ ୧.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର୍‌ ପ୍ରଦାନ କରାଯାଉଛି। ଏହି ଅଫର୍‌ ଏହାର ଦୁଇ ମିଲିୟନ ଏସୟୁଭି ଅଫର୍‌ ଅଧିନରେ ଦିଆଯାଉଛି। ଏସୟୁଭିର Empowered+ LR ଏବଂ Empowered+ LR Dark ଉପରେ ସବୁଠୁ ଅଧିକ ଅଫର ମିଳୁଛି।ଏହାର ମୂଲ୍ୟ ୧୪.୪୯ ଲକ୍ଷ ଟଙ୍କାରୁ ୧୯.୪୯ ଲକ୍ଷ ଟଙ୍କା(ଏକ୍ସ ଶୋ’ରୁମ୍‌) ରହିଛି।

ଟାଟା ଟିଆଗୋ ଇଭି: 

ଟାଟାର ସୁବଠୁ ଶସ୍ତା ଇଭି ଭାବେ ଟିଆଗୋ ପରିଚିତ। କମ୍ପାନୀ ଜୁଲାଇ ୨୦୨୪ରେ ଏହି ଇଭିରେ ସର୍ବାଧିକ ୫୦ ହଜାର ଟଙ୍କାର ଅଫର ଦେଉଛି। ଏହି ଅଫର ଏହାର ଲଙ୍ଗ୍‌ ରେଞ୍ଜ ଭାରିଆଣ୍ଟ ଉପରେ ଦିଆଯାଉଛି। ମିଡ୍‌ ରେଞ୍ଜ ଭାରିଆଣ୍ଟ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାଇପାରିବେ। ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ଏବଂ ଏହାର ଟପ୍ ଭାରିଆଣ୍ଟ ୧୧.୮୯ ଲକ୍ଷ ଟଙ୍କା(ଏକ୍ସ ଶୋ’ରୁମ୍‌) ମୂଲ୍ୟରେ କିଣାଯାଇପାରିବ।

ଟାଟା ପଞ୍ଚ୍‌ ଇଭି: 

ପଞ୍ଚ୍ ଇଭି ଉପରେ ଚଳିତ ମାସରେ ହଜାର ହଜାର ଟଙ୍କାର ରିହାତି ଦେଉଛି ଟାଟା। ୨୦୨୪ ଜାନୁଆରୀରେ ଏହା ଲଞ୍ଚ୍‌ ହେବା ପରେ କମ୍ପାନୀ ଏହି ଇଭି ଉପରେ ରିହାତି ପ୍ରଦାନ କରୁଛି। ସୂଚନା ମୁତାବକ, ପଞ୍ଚ୍‌ ଇଭି ଉପରେ ଜୁଲାଇ ୨୦୨୪ରେ ୧୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି ପ୍ରଦାନ କରାଯାଉଛି। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧୦.୯୯ ଲକ୍ଷରୁ ଆରମ୍ଭ ହୋଇ ୧୫.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories