www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶ୍‍ କି ସାନ୍‍ ମାରୁତି ସୁଜୁକି ଅଲଟୋ

ନୂଆଦିଲ୍ଲୀ: ଭାରତର ୪୦ଲକ୍ଷରୁ ଅଧିକ ପରିବାରଙ୍କୁ ଏକ ଭାବନା ସହିତ ସଶକ୍ତ କରି ଭାରତର ଲୋକପ୍ରିୟ କାର୍‍ ପାଲଟିଥିବା ଅଲଟୋ ଗର୍ବର ସହିତ ୨୦ବର୍ଷର ଅତୁଳନୀୟ ଶିଳ୍ପ ମାନଦଣ୍ଡ ଧାର୍ଯ୍ୟ କରିବାର ଉତ୍ସବ ପାଳନ କରୁଛି। ଭାରତୀୟ ପରିବାରଗୁଡିକର ଅତି ପ୍ରିୟ ଏହି କିମ୍ବଦନ୍ତୀ ଅଲଟୋଏକ ଆଇକନିକ ବ୍ରାଣ୍ଡ୍‍ର ପ୍ରମାଣ, ଯାହା ଯୁବ ଭାରତର ପରିବର୍ତ୍ତିତ ଆକାଙ୍‍କ୍ଷା ସହିତ ନିଜକୁ ବିକଶିତ କରିଛି। ମାରୁତି ସୁଜୁକି ଅଲଟୋ ଗତ ଦୁଇ ଦଶନ୍ଧି ମଧ୍ୟରେ ଏକାଧିକ ପରିବର୍ତ୍ତନ ଏବଂ ଅପ୍‍ଗ୍ରେଡେସନର ସାମ୍‍ନା କରିଛି ଯାହା ଏହାକୁ ଅଧିକ ସମକାଳୀନ, ଫିଚର ଲୋଡେଡ ଏବଂ ଗ୍ରାହକଙ୍କ ବିକଶିତ ଆବଶ୍ୟକତା ପାଇଁ ସମାନ୍ତରାଳ କରିଛି। ଏହି ସଫଳତା ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାର୍କେଟିଂ ଓ ବିକ୍ରି ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ଗତ ଦୁଇ ଦଶନ୍ଧି ମଧ୍ୟରେ ଅଲଟୋ ଭାରତର ଯୋଗାଯୋଗ ମାଧ୍ୟମକୁ ପରିବର୍ତ୍ତନ କରିଛି। ଏହା ଗତ ୧୬ବର୍ଷ ଧରି ଲଗାତର ଦେଶର ଏକ ନମ୍ବର ବିକ୍ରି ହେଉଥିବା କାର୍‍ ଭାବରେ ନିଜ ସ୍ଥାନ ବଜାୟ ରଖିବା ସହିତ ଲୋକଙ୍କ ହୃଦୟ ଜିତିବା ଜାରି ରଖିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories