nua o banner

ଅଷ୍ଟ୍ରେଲିଆ ଦଳରେ ଲାବୁସ୍‌ଚାଗ୍‌ନେ ସାମିଲ

BJD Bijuli 480×75 Mob
0

ସିଡ୍‌ନୀ : ଆସନ୍ତା ଜାନୁଆରୀ ୩ରୁ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ସିରିଜର ଚତୁର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହେବ। ଏଥିପାଇଁ ରବିବାର ଅଷ୍ଟ୍ରେଲିଆର ୧୪ ଜଣିଆ ଦଳ ଘୋଷଣା କରାଯାଇଛି। ଅଲରାଉଣ୍ଡର ମାର୍ନସ ଲାବୁସ୍‌ଚାଗ୍‌ନେଙ୍କୁ ଦଳରେ ସାମିଲ କରାଯାଇଛି। ଲାବୁସ୍‌ଚାଗ୍‌ନେ କ୍ୟାରିୟରରେ ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି। ତେବେ ଲେଗ୍‌ସ୍ପିନରଭାବେ ସେ ସହାୟକ ହେବେ ବୋଲି ଆଶା କରାଯାଉଛି। ସିଡ୍‌ନୀ ପିଚ୍‌ ସ୍ପିନରଙ୍କ ଅନୁକୂଳ ହୋଇଥିବାରୁ ଏହି ଟେଷ୍ଟରେ ମିଚେଲ ମାର୍ଶଙ୍କ ସ୍ଥାନରେ ଲାବୁସ୍‌ଚାଗ୍‌ନେ ଖେଳିବା ସମ୍ଭାବନା ଅଧିକ ଜଣାପଡୁଛି।

ଘୋଷିତ ଅଷ୍ଟ୍ରେଲିଆ ଦଳ :  ଟିମ୍‌ ପେନ୍‌ (ଅଧିନାୟକ-ୱିକେଟରକ୍ଷକ), ଜୋସ୍‌ ହେଜେଲଉଡ୍‌, ମିଚେଲ ମାର୍ଶ, ପ୍ୟାଟ୍‌ କମିନ୍‌ସ, ଆରୋନ ଫିଞ୍ଚ୍‌, ପିଟର ହ୍ୟାଣ୍ଡ୍‌ସକମ୍ବ, ମାର୍କସ ହାରିସ, ମାର୍ନସ ଲାବୁସ୍‌ଚାଗ୍‌ନେ, ଟ୍ରାଭିସ ହେଡ୍‌, ଉସମାନ ଖାୱାଜା, ନାଥାନ ଲାୟନ, ସନ ମାର୍ଶ, ପିଟର ସିଡିଲ ଓ ମିଚେଲ ଷ୍ଟାର୍କ।
Leave A Reply