www.samajalive.in
Thursday, December 11, 2025
16.1 C
Bhubaneswar

ଏସପିଙ୍କ ନେତୃତ୍ୱରେ ସହରରେ ଫ୍ଲାଗମାର୍ଚ୍ଚ

ଆଠଗଡ଼: ଆଠଗଡ଼ରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କଟକ ଗ୍ରାମାଞ୍ଚଳ ଏସପିଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ସହରରେ ରବିବାର ଫ୍ଲାଗମାର୍ଚ୍ଚ କରାଯାଇଛି। ରାଜ୍ୟରେ ୩ୟ ପର୍ଯ୍ୟାୟରେ ଆଗାମୀ ମେ ୨୫ତାରିଖରେ ହେବାକୁ ଥିବା ନିର୍ବାଚନରେ ଆଠଗଡ଼ରେ ଭୋଟ ଗ୍ରହଣ ହେବ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ସମୟରେ ଦଳର କର୍ମୀ ମୁହାଁମୁହିଁ ହେବା ଏବଂ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଦେଖାଯାଉଛି। ଏ ସବୁକୁ ଦୃଷ୍ଟିରେ ରଖି ଆଠଗଡ଼ରେ କିପରି ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ସେଥିପାଇଁ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରୁଛି। ଲୋକମାନଙ୍କ ମଧ୍ୟରେ ପୁଲିସ ପ୍ରତି ଆସ୍ଥା ବଢ଼ାଇବା ଓ ଭୟମୁକ୍ତ ନିର୍ବାଚନ ଲାଗି ରବିବାର କଟକ ଗ୍ରାମାଞ୍ଚଳ ଏସପି ଏଲ ବିଦ୍ୟାଙ୍କ ନେତୃତ୍ୱରେ ହିମାଚଳପ୍ରଦେଶରୁ ଆସିଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ଗୋଟିଏ କମ୍ପାନୀ ଫୋର୍ସ ଫ୍ଲାଗମାର୍ଚ୍ଚର୍ରେ ଅଂଶଗ୍ରହଣ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories