www.samajalive.in
Saturday, December 13, 2025
26.1 C
Bhubaneswar

ଦନ୍ତା ହାତୀ ମୃତ୍ୟୁ ମାମଲାରେ ଜମି ମାଲିକ କୋର୍ଟ ଚାଲାଣ

ମ ରାମପୁର: କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ ରାମପୁର ରେଞ୍ଜରେ ଗତ ୭ ତାରିଖରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ତେବେ ଉକ୍ତ ମାମଲାରେ ଜମି ମାଲିକକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ମତେ ମ ରାମପୁର ରେଞ୍ଜ ଅଧୀନ ଗୌଡ଼ କେଲା ଗ୍ରାମ ନିକଟରେ ଧାନ ବିଲରେ ଦିନ ବେଳା ଏକ ଦନ୍ତା ହାତୀ ମରି ପଡିଥିବାର ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ମ ରାମପୁର ରେଞ୍ଜ ଅଧିକାରୀ ତଥା ଏସିସିଏଫ୍ ଅସିତ୍ କୁମାର ଦାଶଙ୍କ ନେତୃତ୍ୱରେ ସଦଳ ବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଜମି ମାଲିକ କୃଷ୍ଣ ମହାଖୁଡ (୬୨) ଙ୍କୁ କେସ ନମ୍ବର ଓ ଆର୍ ୪୨/୨୦୨୪/୨୫ ୟୁ ଏସ୍ ୯-୩୯ ଏବଂ ୟୁ ଏସ ୫୨( ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୨୯୭୨)ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହାତୀଟି ଧାନ ଫସଲ୍ ଖାଇବାକୁ ଆସିଥିବା ବେଳେ ଉକ୍ତ ଜମି ମାଲିକଙ୍କ ଧାନ କ୍ଷେତ ବିଦ୍ୟୁତ୍ ସଂଯୋଗରେ ଆସି ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories