କଳାୟନର ସୃଜନ ସଙ୍ଗମ ଅନୁଷ୍ଠିତ

ଭବାନୀପାଟଣା: ସ୍ଥାନୀୟ କଳାୟନ ଦ୍ଵାରା ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ସୃଜନ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି ଅବସରରେ ଗୀତି କବିତା ପୁସ୍ତକ ଉନ୍ମୋଚନ ସହିତ ଆଲୋଚନା ଚକ୍ର, ସଙ୍ଗୀତାୟନ, ସାହିତ୍ୟ ଆସର, କବିତା ପାଠୋତ୍ସବ, ଭାବ ବିଚିତ୍ରା ଏବଂ ଏକକ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଗବେଷକ ଡଃ ଦାଶରଥି ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ନୀଳ ଲୋହିତ ସିଂଦେଓ, କବି ଧନଞ୍ଜୟ ସ୍ୱାଇଁ, କବୟିତ୍ରୀ ରତ୍ନପ୍ରଭା ବାଇ, ଡଃ ପ୍ରଦୀପ କୁମାର ମିଶ୍ର, କବି ପରମେଶ୍ବର ମୁଣ୍ଡ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଡାକ୍ତର ଦୀନବନ୍ଧୁ ସାହୁଙ୍କ ରଚିତ ଗୀତି କବିତା ପୁସ୍ତକ “ଏକ ପ୍ରଜାପତିର ମୃତ୍ୟୁ” ଉନ୍ମୋଚିତ ହେଇଥିଲା।

ଦ୍ଵିତୀୟ ଅଧିବେଶନ ରେ କବିତାର ଗଢଣ ଓ ରୁପଚର୍ଯ୍ୟା, କଳା ଓ ଜୀବନ ସଂକ୍ରାନ୍ତରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା। ଏଥିରେ ବିଶିଷ୍ଟ କବି ଡଃ ଉମେଶ ଶତପଥୀ, ଅଧ୍ୟାପକ ଡଃ ସତ୍ୟ ପଟ୍ଟନାୟକ, ପ୍ରଭାସ ଚନ୍ଦ୍ର ମିଶ୍ର, ଡଃ ଗୋପୀନାଥ ବାଗ, ବିଜୟ କୁମାର ପ୍ରଧାନ, ରବି ଶତପଥି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପରେ କବି ଲଳିତ କାନୁନଗୋଙ୍କ ସଭାପତିତ୍ବ ଏବଂ ଗୀତାଶ୍ରୀ ପ୍ରିୟମ୍ବଦା, ସ୍ୱର୍ଣକାନ୍ତି ବୈକାର, ପ୍ରଶାନ୍ତ ଦାସ, ବିରଞ୍ଚି ନାରାୟଣ ମୁଣ୍ଡଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୪୦ ଜଣ କବି ଓ କବୟିତ୍ରୀ ଅଂଶ ଗ୍ରହଣ କରି ସ୍ଵରଚିତ କବିତା ପାଠ କରିଥିଲେ।

Comments are closed.