ଆଠଗଡ଼: କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ସମୟରେ ଦେଶୀମଦ ପ୍ରସ୍ତୁତି ଓ ବ୍ୟାପକ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ କୋରଙ୍ଗାରେ ରବିବାର ଚଢାଉ କରାଯାଇଥିଲା। ଆଠଗଡ଼ ଅବକାରୀ ଉପଅଧିକ୍ଷକଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉ ସମୟରେ କୋରଙ୍ଗାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦଭାଟିରୁ ସଦ୍ୟପ୍ରସ୍ତୁତ ୧୮୪୦ଲିଟର ଦେଶୀମଦ ଓ ମଦପ୍ରସ୍ତୁତି ପାଇଁ ଗଚ୍ଛିତ ୩୦୮୦ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ଏ ସଂପର୍କରେ ଏକାଧିକ ମାମଲା ରୁଜୁ କରାଯାଇଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ।
Popular Categories



