www.samajalive.in
Saturday, December 13, 2025
26.1 C
Bhubaneswar

୫ମ ଦିନରେ ହାତୀପଲଙ୍କ ଉପଦ୍ରବ, ଡ୍ରୋନର ସାହାଯ୍ୟ ନେଲା ବନବିଭାଗ

ଜି ଉଦୟଗିରି :୧୮ ଟିକିଆ ହାତୀପଲ ଘୁମୁସର ବନଖଣ୍ଡରୁ ଆସି କୁର୍ମିଙ୍ଗିଆ ଅଞ୍ଚଳରେ ଉପଦ୍ରବ କରିବା ପଞ୍ଚମ ଦିନରେ ପହଞ୍ଚିଛି । ଫଳରେ ଅଞ୍ଚଳବାସୀ ଭୟରେ ଥିବାବେଳେ ବନବିଭାଗ ତତ୍ପରତା ଦେଖାଇ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀପଲର ଗତିବିଧି ଅନୁଧ୍ୟାନ କରିବା ସହ ଅଞ୍ଚଳବାସୀଙ୍କୁ ଜଙ୍ଗଲକୁ ନ ଯିବା ନେଇ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ କରିଛି । ବିଭାଗ ପକ୍ଷରୁ ବନପାଳ ରଶ୍ମିତା ବକ୍ସି, ବନରକ୍ଷୀ ବିଭୁ ରଞ୍ଜନ ସାମନ୍ତରାୟ ଓ ପାରା ଗାର୍ଡ ଘଟଣାସ୍ଥଳରେ ପହଞ୍ଚି  ହାତୀପଲର ଗତିବିଧି ଅନୁଧ୍ୟାନ କରିଥିବା ବିଭାଗ ତତଫରୁ ସୂଚନା ମିଳିଛି।

ତେବ୧୮ ଟିକିଆ ହାତୀପଲ ମଧ୍ୟରେ ୩ଟି ଦନ୍ତା, ୧୦ଟି ମାଈ ହାତୀ, ୫ଟି ଛୁଆ ଥିବା ଜଣାପଡ଼ିଛି। ହାତୀପଲ ରାଇପଦା ସ୍ଥିତ ରାଧାମୋହନ ସାହୁଙ୍କ ବଗିଚାରେ ପଶି କଦଳୀ, ବାଉଁଶ , ଆମ୍ବ, ଆମୃତଭଣ୍ଡା ଆଦି ନଷ୍ଟ କରିଥିବା ଜଣାପଡିଛି । ସେହିପରି ବିକ୍ରମ ପ୍ରଧାନ, ହିରବତୀ ପ୍ରଧାନ, ଅମିୟ କୁମାର ପ୍ରଧାନ ଓ ଜଗୁ ସାହୁ ପ୍ରମୁଖଙ୍କ ସମେତ ଆଜି ଅନ୍ୟ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories