www.samajalive.in
Sunday, December 7, 2025
23.1 C
Bhubaneswar

ଆଚରଣ ବିଧି ଉଲଂଘନ ଅଭିଯୋଗ ଆଣିଲେ ଅଭିଯୋଗ

ଧାମରା: ଦୀର୍ଘ ଦିନ ହେବ ନିଜ ଗ୍ରାମକୁ ରାସ୍ତା ନଥିବା ବେଳେ ସେହି ପଂଚାୟତର ସରପଂଚଙ୍କ ପାଖରେ ଏହି ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ ଗୁହାରୀ ମଧ୍ୟ କରି ଆସୁଥିଲେ। ହେଲେ ଏହି ରାସ୍ତା ନିର୍ମାଣ ଆଜି ଭଳି ଦିନରେ ସାତ ସପନ ହୋଇ ରହିଯାଇଥିବା ବେଳେ ରାତି ଅଧିଆ ଏହି ରାସ୍ତା ନିର୍ମାଣ ହେଉଥିବା ବେଳେ ସ୍ଥାନୀୟ ଅଧିବାସୀ ଏହାକୁ ବିରୋଧ କରିଛନ୍ତି। ଜାଗୁଳା ପଂଚାୟତରେ ବଳଭଦ୍ର ପ୍ରସାଦ ଗ୍ରାମଟି ୧୩ ନଂ ଓାର୍ଡରେ ଯାଉଥିବା ବେଳେ ଏହି ଗ୍ରାମରେ ୫ଶହ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମବାସୀ ଦୀର୍ଘ ଦିନ ହେବ ଜାଗୁଳା ପଂଚାୟତ ସରପଂଚଙ୍କ ନିକଟରେ ଏହି ରାସ୍ତା ନିର୍ମାଣ କରିବାକୁ ଦାବୀ କରି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ଟ୍ରକରେ ରାସ୍ତା ନିର୍ମାଣ ସାମଗ୍ରୀ ଆସି ଅନଲୋଡ ହେଉଥିବା ବେଳେ ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ସଂପୃକ୍ତ ଟ୍ରକ ଗୁୁଡିକୁ ଅଟକାଇଥିଲେ। ଏହା ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛି ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories