ନୂଆ ସ୍ମାର୍ଟଓ୍ବାଚ୍ ଆଣିଲା ଆଇଟେଲ୍, ଦାମ୍ ମାତ୍ର ଏତିକି…

ନୂଆଦିଲ୍ଲୀ : ଆଇଟେଲ ଭାରତୀୟ ବଜାରରେ ନୂଆ ସ୍ମାର୍ଟଓ୍ବାଚ୍ ମଡେଲ ନେଇଆସିଛି । ନୂଆ ମଡେଲ ଆଇଟେଲ୍ ୟୁନିକର୍ଣ୍ଣ । ଏହା ଏକ ଟୁ ଇନ୍ ଓ୍ବାନ୍ ପେଣ୍ଡେଟ୍ ସ୍ମାର୍ଟଓ୍ବାଚ୍ ଡିଜାଇନ୍ ସହିତ ଆସିଥାଏ । ଏହି ନୂଆ ଡିଭାଇସ୍ ବଜେଟ ପ୍ରାଇସ୍ ସତ୍ତ୍ବେ ପ୍ରିମିୟମ୍ ଲୁକ୍ ସହିତ ଆସିଥାଏ ।

ଆଇଟେଲ୍ ୟୁନିକର୍ଣ୍ଣରେ ୧.୪୩ ଇଞ୍ଚର ଆମୋଲେଡ୍ ପ୍ୟାନେଲ୍ ରହିଛି ଯାହା ୫୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ଏବଂ ଅଲଓ୍ବେଜ୍ ଅନ୍ ଡିସପ୍ଲେ ଅଫର କରୁଛି  । ଏହି ସ୍କ୍ରିନ୍ ଡିଆଇଓ୍ବାଇ ଓ୍ବାଚ୍ ଫେସ୍ ଷ୍ଟୁଡିଓ ସହିତ ୨୦୦ରୁ ଅଧିକ ଓ୍ବାଚ୍ ଫେସକୁ ସପୋର୍ଟ କରିଥାଏ । ଥରେ ଚାର୍ଜ କଲେ ଏହା ୭ ଦିନ ବା ଷ୍ଟାଣ୍ଡବାୟରେ ୧୫ ଦିନ ପର୍ଯ୍ୟନ୍ତ ଚାଲିବ ।

ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ, ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ଦେବେ ଗୁରୁ ମନ୍ତ୍ର

କେବଳ ୩୦ ମିନିଟର ଚାର୍ଜିଂରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାଟେରୀ ଫୁଲ୍ ହୋଇଯାଏ । ଏହି ଡିଭାଇସ ମେଟାଲିକ୍ ଡିଜାଇନ ସହିତ ଆସିଥାଏ ଯାହା ପ୍ରିମିୟମ୍ ଫିଲ୍ ଦେଇଥାଏ । ଏହାର ଦାମ୍ ୨୮୯୯ ଟଙ୍କା ରଖିଛି କମ୍ପାନୀ । ଏହି ମଡେଲ ୨ଟି ରଙ୍ଗରେ ବଜାରକୁ ଆସିବ ଏବଂ ଆମାଜନ ମାଧ୍ୟମରେ ଏହାକୁ କିଣିହେବ ।

Comments are closed.