ମାଓକ୍ୟାମ୍ପରେ ପୁଲିସର ଅଚାନକ୍ ଚଢଉ

0

କନ୍ଧମାଳ: ଖଜରୁୀପଡା କୁକୁଲାଝର ଜଙ୍ଗଲରେ ମାଓକ୍ୟାମ୍ପରେ ଅଚାନକ ଭାବରେ ପୁଲିସ ଚଢଉ କରିଛି । ଫଳରେ କ୍ୟାମ୍ପରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଛତ୍ରଭଙ୍ଗ ଦେଇଥିବା ମାଓବାଦୀ କେକେବିଏନ୍ ଡିଭିଜନର ସଦସ୍ୟ ସନ୍ଦେହ କରାଯାଉଛି ।

ଅନ୍ୟପଟେ ଛତିଶଗଡ଼ର ଜଣେ ବିଜେପି ନେତାଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଗୋପାଳପାଟଣା ଥାନା ଅନ୍ତର୍ଗତ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଜଗଦୀଶ କଣ୍ଡରାଙ୍କୁ ମାଓବାଦୀ ତଣ୍ଟିକାଟି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଳଇସ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply